

ବଲାଙ୍ଗିର, 19 ଡିସେମ୍ବର (ହି.ସ.)
ଆଜି ପୂର୍ବାହ୍ନରେ ଜିଲ୍ଲା ସଂଘର ସମ୍ପାଦକ ହରେକୃଷ୍ଣ ରଥ ଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁ ଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ମଧୁ ସୁଦନ ନାୟକ ,ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି,ଉପସଭାପତି ଧ୍ରୁବ ରାଜ ଚୋପାଦର, ଅନ୍ନପୂର୍ଣ୍ଣା ନନ୍ଦ, ସହ ସମ୍ପାଦିକା ଅନୁପମା ପ୍ରହରାଜ,ଭୀମସେନ ଦଣ୍ଡସେନା, ସଞ୍ଜିତ କୁମାର ଦୋରା,ମହିଳା ପ୍ରକୋଷ୍ଠ ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟ ପଟେଲ ଆଉ ଉପସଭାପତି ବସନ୍ତ ବୁଡେକ ,ବୈଦ୍ରୁତ ସାହୁ,ପ୍ରଶାନ୍ତ ପୁରୋହିତ,,ତୁଷାର କର୍ମୀ, ଗୌରୀ ରାଉତ,ନାରାୟଣ କିଷାନ,ଆଗଲପୁର ସଭାପତି ଦୁର୍ୟୋଧନ ପସାୟତ ସମେତ ପ୍ରତି ବ୍ଲକ ରୁ ଅନୁନ୍ୟ ଦୁଇଜଣ ପ୍ରତିନିଧିତ୍ଵ କରିଥିଲେ ।
ସଭାରେ ନିମ୍ନୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। 01,1089 ରୁ ଯେତେବେଳେ ସ୍କୁଲ,ଶିକ୍ଷଣ ସାମଗ୍ରୀ ଏବଂନ୍ୟୁନତମ ଟ 400 ରେ ଉପାନ୍ତ ଅଂଚଳ ମାନଙ୍କରେ ଅର୍ଦ୍ଧାହାର ରେ ମଫସଲ ଅଂଚଳ ରେ ଶିକ୍ଷକତା କରିଥିଲେ ।ସାଇକେଲ ଟେ କିଣିବା ତ ଦୂରର କଥା ,ଯାହା ପାଖରେ ସାଇକେଲ ଥିବ ସେ ନଟ ବ୍ଲୁଟ ପଡିଗଲେ କି ପେଞ୍ଚ ଟେ ହୋଇଗଲେ ମରାମତି କରି ପାରୁ ନ ଥିଲେ ,ଏହି ଶିକ୍ଷକ ମାନେ 1994 ରେ ନିୟମିତ ହେଲେ ସୁଦ୍ଧା,ଟ 1000 ରେ ବର୍ଷ ବର୍ଷ ଧରି ଚାକିରୀ କରିଥିଲେ ।ସରକାର ଙ୍କୁ ଏହି ସଂକ୍ରାନ୍ତ ରେ ଆବେଦନ ପତ୍ର ଦେବକୁ ପ୍ରସ୍ତାବ ଆସିଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ