
ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଉଦଘାଟନ ସ୍ଥଗିତ ରହିଲା, କାରଣ ଅସ୍ପଷ୍ଟ ପ୍ରଶାସନର ବିଳମ୍ବରେ ସୂଚନା
Bhubaneswar, 19 ଡିସେମ୍ବର (ହି.ସ.)
ଜୟପୁ
: କୋରାପୁଟ ଜିଲ୍ଲା ଜୟପୁର ଫୁଲବାଡ ଠାରେ ଦୀର୍ଘ ୪ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ନିର୍ମାଣ ହୋଇଥିଲେ ସୁଦ୍ଧା ଏହାର ଉଦଘାଟନ ହୋଇନଥିଲା । ଏହିପରି ଏହାର ଉଦଘାଟନ ପାଇଁ ଆଜି ପୂର୍ବାହ୍ନ ୧୧ ଟା ସମୟ ନିର୍ଦ୍ଧାରିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ ସହିତ ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା । ଏହିପରି ଗତ ୨ ଦିନ ହେଲାଣି ଏହାର ନିର୍ମାଣ କରିଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ସଫେଇ ଏବଂ ଅନ୍ୟାନ୍ୟ ସାଜସଜ୍ଜା ବ୍ୟବସ୍ଥା କରାଯାଇଥିଲା । ଏହିପରି ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ପହଞ୍ଚିଥିଲେ । କିନ୍ତୁ ହଠାତ ସେଠାରେ ଉଦଘାଟନ ସ୍ଥଗିତ ରଖଯାଇଥିବା ନେଇ କିଛି ଉପସ୍ଥିତ କର୍ମଚାରୀ କହିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇଥିଲା । ଶେଷରେ ଉଦଘାଟନର ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପରେ ଫୋନ ମେସେଜ ମାଧ୍ୟମରେ ସୂଚନା ଦିଯାଇଥିଲା, କିନ୍ତୁ କାରଣ ଅସ୍ପଷ୍ଟ ରହିଛି। ଏଥିନେଇ ଜୟପୁର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମୁଖ୍ୟଅତିଥି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଭୁବନେଶ୍ବରରୁ ଆସିଥିବା ବିମାନ ବିଳମ୍ବରେ ପହଞ୍ଚିଥିଲା । ଏହିପରି କଟିଆ ଗ୍ରାମପୁଞ୍ଜ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ରହିଥିବା ଯୋଗୁଁ ମନ୍ତ୍ରୀ ହେଲିକପ୍ଟର ମାଧ୍ୟମରେ ଉକ୍ତ ଗ୍ରାମକୁ ଚାଲିଯାଇଥିଲେ ଏବଂ ସଂଧ୍ୟାରେ କୋରାପୁଟ ଠାରେ ରାଜ୍ୟ ସ୍ତରୀୟ ପରବ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଏହିପରି ପ୍ରଶାସନ ଏହାର ଉଦଘାନ ନେଇ ନିର୍ଦ୍ଧାରିତ ହେବା ପରେ ଉଦଘାଟନ କରାଯିବ ବୋଲି ସୂଚନା ଲୋକ ସମ୍ପର୍କ ଉପଖଣ୍ଡ ଅଧିକାରୀ ଯୋଶଦା ଗାଦବା ସୂଚନା ଦେଇଛନ୍ତି । ପ୍ରକାଶଯେ, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଏବଂ ନୂଆପଡା ଭଳି ୬ଟି ଜିଲ୍ଲାର ରାଜସ୍ବ ନିରୀକ୍ଷକଙ୍କୁ ତାଲିମ ପାଇଁ ପ୍ରାୟ ୫କୋଟି ଉର୍ଦ୍ଧ୍ବ ଟଙ୍କାରେ ଏହି ପ୍ରତିଷ୍ଠାନା ଗତ ୨୦୨୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହିପରି ୬୦ ବେଡ଼ ବିଶିଷ୍ଟ ପୁରଷ ହୋଷ୍ଟେଲ ଏବଂ ୪୦ ବେଡ ବିଶିଷ୍ଟ ମହିଳା ହୋଷ୍ଟେଲ ସମେତ ପ୍ରଶାସନିକ ଭବନ ଏବଂ ତାଲିମ କେନ୍ଦ୍ର ରହିଛି । ଏହିପରି ନିର୍ମାଣକାରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହାକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ଏହିପରି ଗତ ଦୁଇ ବର୍ଷ ମଧ୍ୟରେ ଦୁଇଥର ଚୂନ ଦିଆଯାଇଥିଲେ ସୁଦ୍ଧା ଏହାର ଉଦଘାଟନ ପାଇଁ ସରକାର ଓ ପ୍ରଶାସନିକ ଅଧିକାରୀ କୌଣସି ଆନ୍ତରିକତା ଦେଖାଉନଥିବା ଯୋଗୁଁ ଏହାର ଉଦଘାଟନ ଓ କାର୍ଯ୍ୟାକାରୀରେ ବିଳମ୍ବ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି