
ରାଉରକଲୋ, ୧୯ ଡିସେମ୍ବର (ହି.ସ.) - ରାଉରକେଲା ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପରେଡ୍ ଗ୍ରାଉଣ୍ଡଠାରେ ‘ଦ୍ୱିତୀୟ ବାର୍ଷିକ ପୋଲିସ କ୍ରୀଡ଼ା ପ୍ରତିଯୋଗିତା-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ତିନି ଦିନିଆ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୧୯ ରୁ ଆରମ୍ଭ ହୋଇ ଡିସେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ପଶ୍ଚିମାଂଚଳ ଡିଆଇଜି (ଡିଆଇଜି) ବ୍ରିଜେଶ କୁମାର ରାୟ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରାଉରକେଲା ଏସପି (ଝଚ) ଶ୍ରୀ ନୀତେଶ ୱାଧୱାନୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆଇଏସଏଫ୍ (ଉଓଝୠ) ର ସିନିୟର କମାଣ୍ଡାଂଟ ବିଜୟ କୁମାର ଏବଂ ଚତୁର୍ଥ ଓଏସଏପି ର କମାଣ୍ଡାଂଟ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ଜାତୀୟ ଓ ରାଜ୍ୟ ସ୍ତରରେ ଗୌରବ ଆଣିଥିବା ପୋଲିସ କ୍ରୀଡ଼ାବିତ୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ‘ସର୍ବ ଭାରତୀୟ ପୋଲିସ ହକି ଚାମ୍ପିଅନସିପ୍ରେ ଉତର ପ୍ରଦେଶ ପୋଲିସକୁ ୨-୧ ଗୋଲ୍ରେ ପରାସ୍ତ କରି କାଂସ୍ୟ ପଦକ ଜିତିଥିବା ଓଡ଼ିଶା ପୋଲିସ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଗଞ୍ଜାମଠାରେ ଅନୁଷ୍ଠିତ ‘ରାଜ୍ୟ ପୋଲିସ ବ୍ୟାଡମିଂଟନ ଚାମ୍ପିଅନସିପ୍ରେ ସିଙ୍ଗଲ୍ସ ଓ ଡବଲ୍ସ ବର୍ଗରେ ମୋଟ ୪ଟି ପଦକ ହାସଲ କରିଥିବା ପଶ୍ଚିମାଂଚଳ ପୋଲିସ ବ୍ୟାଡମିଂଟନ ଦଳକୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଏହି ମିଟ୍ରେ ଜିଲ୍ଲା ପୋଲିସ, ଏପିଆର ଫୋର୍ସ, ପିଏସଏସ ଷ୍ଟାଫ୍, ଡିଭିଏଫ୍ ୟୁନିଟ୍, ଟ୍ରାଫିକ୍ ପୋଲିସ ଏବଂ ହୋମଗାର୍ଡ ବାହିନୀର ପ୍ରାୟ ୬୦୦ କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି।
ଆଥଲେଟିକ୍ସ (୧୦୦ମି, ୨୦୦ମି, ୮୦୦ମି ଓ ୫୦୦୦ମି ଦୌଡ଼), ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ସଟପୁଟ୍, ଡିସ୍କସ୍ ଥ୍ରୋ ଏବଂ ଜାଭେଲିନ୍ ଥ୍ରୋ। ପ୍ରତିଯୋଗିତାଗୁଡ଼ିକୁ ୪୦ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ବିଭକ୍ତ କରାଯାଇଛି। ଦଳଗତ ଖେଳ: କ୍ରିକେଟ୍, ଫୁଟବଲ୍ ଏବଂ ଭଲିବଲ୍ ମଧ୍ୟ ସାମିଲ ରହିଛି।
ଉଦଘାଟନୀ ଉତ୍ସବରେ ଡିପିଏସ ବ୍ୟାଣ୍ଡ ଦଳ ଦ୍ୱାରା ଏକ ଚିତାକର୍ଷକ ପ୍ରଦର୍ଶନ କରାଯାଇଥିଲା।
ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ବିଭିନ୍ନ ୟୁନିଟ୍ ମଧ୍ୟରେ ସମନ୍ୱୟ, ଟିମ୍ ୱାର୍କ ଏବଂ କ୍ରୀଡ଼ା ମନୋଭାବକୁ ସୁଦୃଢ଼ କରିବା।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ