
ଜୟପୁର, ୧୯ ଡିସେମ୍ବର (ହି.ସ.) - ଜୟପୁର ସଦରଥାନା ଅଂଚଳରେ ଜଣେ ଯୁବକଙ୍କୁ ମାଡମାରିବା ସହ ବାଇକ ଲୁଟ ଉଦ୍ୟମ କରିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏଥିନେଇ ପୁଲିସ ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣକୁ ଯୁଭେ ଲାଇନ ଜଷ୍ଟିସ ଙ୍କ ନିକଟରେ ହଜାର କରାଯାଇଛି । ଗତକାଲି ଅପରାହ୍ନରେ ସୁବାଶ ସିସା ନାମକ ଜଣେ ବ୍ୟକ୍ତି ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗାଗନାପୁର ଛକ ଠାରେ ଦୁଇ ଗିରଫ ଅଭିଯୁକ୍ତ ସାନୁ ବାଘ ଓରଫ ଅମର ଏବଂଅନ୍ୟ ଜଣେ ନାବାଳକ ସେମାନଙ୍କୁ ବାଇକରେ ନେଇ ଗାଗନାପୁରରେ ଛାଡିଦେବାକୁ କହିଥିଲେ । ଏହିପରି ଦୁଇଜଣ ବାଇକରେ ବସିଥିଲେ ଏବଂ ଗାଗନାପୁର କାଗଜକଳ ଫାଟକ ସମ୍ମୁଖରେ ଅଭିଯୋଗକାରୀଙ୍କୁ ବାଇକ ଚଳାଇବା ଅବସ୍ଥାରେ ପଛପଟେ ମୁଣ୍ଡକୁ ହାତରେ ବାଡେଇଥିଲେ । ଏହିପରି ସେ ବାଇକ ରଖିଦେବାକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବାଇକ ଚାବି ଛଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଭିଯୋଗକାରୀ କୌଣସି ଭାବେ ସେମାନଙ୍କ କବଜାରୁ ଖସି ଆସିଥିଲେ ଏବଂ ଗାଗନାପୁର ପୁଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହିପରି ପୁଲିସ ଉଭୟଙ୍କ ଫାଣ୍ଡିକୁ ଆଣିଥିଲେ ଏବଂ ଅଭିଯୋଗକାରୀଙ୍କ ଏତଲାକୁ ଭିତି କରାଯାଇ ଗିରଫ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି