
କେନ୍ଦୁଝର, ୧୯ ଡିସେମ୍ବର (ହି.ସ.)- କେନ୍ଦୁଝର ଷ୍ଟେସନ ରୋଡ ସ୍ଥିତ କିଡ଼ସ୍ ପବ୍ଲିକ୍ ସ୍କୁଲରେ ବିଜ୍ଞାନ ମେଳା ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଉନ୍ନୟନ ଅତିରିକ୍ତ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ କପିଳ ଚନ୍ଦ୍ର ମିଶ୍ର ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଆଚାର୍ଯ୍ୟ ବିଜ୍ଞାନ ମେଳା ପ୍ରଦର୍ଶନୀର ସ୍ବାଗତ ଭାଷଣ ଦେଇ ପିଲାମାନଙ୍କୁ ପ୍ରତିଯୋଗିତା ପୂର୍ବରୁ ଶୁଭକାମନା ଜଣେଇଥିଲେ। ପରବର୍ତୀ ସମୟରେ ମୁଖ୍ୟଅତିଥି କପିଳ ଚନ୍ଦ୍ର ମିଶ୍ର ବିଜ୍ଞାନ ପ୍ରଦର୍ଶନୀର ଉପାଦେୟତା ସମ୍ପର୍କରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ବିଜ୍ଞାନ ମେଳାର ମୁଖ୍ୟ ବିଚାରକ ଭାବେ ଡ଼ିଡ଼ି କଲେଜର ବିଜ୍ଞାନ ଅଧ୍ୟାପକ ଡଃ. ମାନସ ରଞ୍ଜନ ମହାନ୍ତି, ଓୟୁଏଟି ଆର.ଆର ଟି.ଏସ କେ କେନ୍ଦୁଝରର ଓଆଇସି ବୈଜ୍ଞାନିକ ଡ଼. ମୋନିକା ର ରାୟ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ପିଲାମାନେ ବିଜ୍ଞାନ ମେଳା ଦେଖିବା ପାଇଁ ଆସିଥିଲେ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଣେଶ୍ବର ବାରିକ, ଅଭିପ୍ନା ପଣ୍ଡା, ସୁନୀଲ ରାଜ, ଭରତ ଭୂଷଣ ଗିରି ବିଶାଲ ଚୌଡା ଓ ଅନ୍ୟ ଶିକ୍ଷକମାନେ ମୁଖ୍ୟ ବିଚାରକଙ୍କୁ ସାହାଯ୍ୟ କରିଥିଲେ । ଶେଷରେ ପିଲାମାନଙ୍କୁ ଉଦଯାପନୀ ଅଭିଭାଷଣ ଦେଇ କିଡ଼ସ୍ ପବ୍ଲିକ୍ ସ୍କୁଲର ଉପଦେଷ୍ଟା ହିମାଂଶୁ ଶେଖର ଘଡେଇ ବିଜ୍ଞାନ ମେଳାକୁ ଉଦଯାପିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA