ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ
ସୁବର୍ଣ୍ଣପୁର, 19 ଡିସେମ୍ବର (ହି.ସ.) ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଭାବେ କନକ ନିଉଜ ଚେନେଲ୍ ତରଫ ରୁ ସମ୍ବର୍ଧିତ ହୋଇଥିବା ଜଣାପଡିଛି l ଭୁବନେଶ୍ୱର ହୋଟେଲ ପଲ୍ ହାଇଟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନକ ନିଉଜ, ସିଇଓ ଚେୟାରମେନ ସମ୍ବାଦ ତଥା କନ
ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ


ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ


ସୁବର୍ଣ୍ଣପୁର, 19 ଡିସେମ୍ବର (ହି.ସ.)

ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଭାବେ କନକ ନିଉଜ ଚେନେଲ୍ ତରଫ ରୁ ସମ୍ବର୍ଧିତ ହୋଇଥିବା ଜଣାପଡିଛି l ଭୁବନେଶ୍ୱର ହୋଟେଲ ପଲ୍ ହାଇଟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନକ ନିଉଜ, ସିଇଓ ଚେୟାରମେନ ସମ୍ବାଦ ତଥା କନକ ଗ୍ରୁପ ଶ୍ରୀମତୀ ତନୟା ପଟ୍ଟନାୟକ ଓ ସର୍ବ ଭାରତୀୟ ସ୍ତରର ଜର୍ଣାଲିଷ୍ଟ ଶିଲା ଭଟ୍ଟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଡ଼.ସାହୁ ଙ୍କୁ ସମ୍ବର୍ଧିତ କରିଥିଲେ । ଏହା ସହିତ ଅନେକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ମଧ୍ଯ ଏହି ସମ୍ବର୍ଧନା ଉତ୍ସବରେ ସାମିଲ ହୋଇଥିଲେ । ଆଜି ଏହି ଖବର ଜଣାପଡିବା ପରେ ସୁବର୍ଣ୍ଣପୁର ର ବିଭିନ୍ନ ସଙ୍ଗଠନ ତଥା ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳଜୀ ଯୋଗାଳୟ , ସୋନପୁର କଲେଜ ଏନସିସି, ଭାରତ ବିକାଶ ପରିଷଦ ସୋନପୁର , ଦିବ୍ୟଊର୍ଜା ଯୋଗ ସେବା ସମିତି ପ୍ରମୁଖ ଏବଂ ସହରର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande