ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଆଜି ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସୁନା (୨୦) । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ
ଗଛରେ ଝୁଲୁଛି ଯୁବକ ଙ୍କ ମୃତ ଦେହ, ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଲେ


ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଆଜି ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସୁନା (୨୦) । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଗାଁରେ ମୃତ୍ୟୁକୁ ନେଇ ଭିନ୍ନ ଆଲୋଚନା ହେଉଛି । ପ୍ରେମ ସମ୍ପର୍କକୁ ନେଇ ମାଡ଼ପିଟ କାରଣରୁ ଏହି ଘଟଣା ଘଟିଥିବା ଗାଁରେ ଆଲୋଚନା ହେଉଛି । ତେବେ ଯୁବକଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ। ମୃତ ଯୁବକଙ୍କ ପରିବାର ଲୋକେ ବଲାଙ୍ଗୀର ସଦର ଥାନାକୁ ଆସି ହତ୍ୟା ହୋଇଥିବା ଅଭିଯୋଗ କରି ତଦନ୍ତ କରିବାକୁ କହିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ ହେବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande