
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ନୃତ୍ୟ ଅନୁଷ୍ଠାନ ନୂପୁର ଡ୍ୟାନ୍ସ ଏକାଡେମୀ ଦ୍ୱାରା ସ୍ଥାନୀୟ କନ୍ତିଆମଠ ମହାପୁରୁଷ ମଧୁଦାସଙ୍କ ପୀଠରେ ଅନୁଷ୍ଠିତ ଧନୁଯାତ୍ରା -୨୦୨୫ର ତୃତୀୟ ସନ୍ଧ୍ୟାରେ ନୁପୁର ଡ୍ୟାନ୍ସ ଏକାଡେମୀ ତରଫରୁ ସଂଯୋଜକ କବି ଅଶୋକ କୁମାର ସାହୁଙ୍କ ସଂଯୋଜନା ରେ ଚିତାକର୍ଷକ ଶାସ୍ତ୍ରୀୟ, ଓଡିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା. କାର୍ୟ୍ୟକ୍ରମ ପ୍ରାରମ୍ଭରୁ ମଠଧୀଶ ମହନ୍ତ ମହାରାଜ ସିଦ୍ଧାର୍ଥ ଶଙ୍କର ଦାସ ଧନୁଯାତ୍ରାର ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଷ୍ନୁପ୍ରିୟା ଖଟୁଆ ପ୍ରମୁଖ ଯୋଗଦେଇ ଧନୁଯାତ୍ରାର ଆଭିମୁଖ୍ୟ ଓ ନୂପୁର ଅନୁଷ୍ଠାନର ନୃତ୍ୟ ଗୁରୁଙ୍କ ସଂଘର୍ଷ ଓ ଆଜିର ସଫଳତା ସମ୍ପର୍କ ରେ ନିଜର ମତ ରଖିଥିଲେ.ସିଦ୍ଧ ବଳଦେବଜୀଉଙ୍କ ଉପରେ ଆଧାରିତ ନୃତ୍ୟ ତୁଳସୀ ରସିଆ, ନିରଦକୁଳିଆ ଓ ସମ୍ବଲପୁରୀ ଗୀତ ରଙ୍ଗବତୀ ରଙ୍ଗବତୀ କନକଲତା ଶ୍ରୋତାଙ୍କ ମନମୋହିଥିଲା. ସଭା କାର୍ୟ୍ୟକୁ ଶିକ୍ଷକ ସର୍ବେଶ୍ୱର ସାର ପରିଚାଳନା କରିଥିବା ବେଳେ ଏକାଧିକ ସଭ୍ୟ ସହଯୋଗ କରିଥିଲେ.କାର୍ୟ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମସ୍ତ ନୃତ୍ୟଶିଳ୍ପୀ ଙ୍କୁ ଟ୍ରଫି ପ୍ରଦାନ କରାଯିବା ସହିତ ନୃତ୍ୟଗୁରୁ ନିର୍ଲିପ୍ତା ଓ ପରିଚାଳକ ଅଶୋକ ସାହୁଙ୍କୁ ସମ୍ମାନିତ କରାଯାଇଥିଲା.ଧନ୍ୟବାଦ ଦେଇଥିଲେ ସଂଗୀତକାର ସତ୍ୟପ୍ରିୟ ଦାସ. ଅନୁଷ୍ଠାନ ତ ରଫରୁ ଶିକ୍ଷକ ସର୍ବେଶ୍ୱର ସାର, ସଂଗୀତକାର ସତ୍ୟପ୍ରିୟ ଦାସ ପ୍ରମୁଖ ଏକାଧିକ କାର୍ୟ୍ୟକର୍ତ୍ତା ସହଯୋଗ କରିଥିଲେ.
ହିନ୍ଦୁସ୍ଥାନ ସମାଚାର / ରବି