
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ବିଧାନସଭାରେ ପାରିତ ହୋଇଥିବା ବିଧାୟକମାନଙ୍କ
ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲର ପୁର୍ନବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ
ଦାବି ରଖିଲା ବିଜେଡ଼ି । ବିଧାନସଭାରେ ବିଲ୍କୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦେଖି ଏହାର
ପୁର୍ନବିଚାର କରିବା ପାଇଁ ଦାବି କରୁଛୁ ବୋଲି କହିଲା ବିଜେଡି ।
ବିଧାନସଭାରେ ୯ ତାରିଖରେ ବିଧାୟକ
ମାନଙ୍କ ଦରମା ଭତ୍ତା ଓ ପେନସନକୁ ନେଇ ବିଲ ପାରିତ ହୋଇଛି । କିନ୍ତୁ ଓଡ଼ିଶା ଜନ ସାଧାରଣ ଏହାକୁ
ବିରୋଧ କରୁଛନ୍ତି । ଜନମତ ଏହି ବିଲ ବିରୋଧରେ ଯାଉଛି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା
ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ । ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ
ତାଙ୍କ ଦରମା କେବେ ବି ନେଇ ନାହାନ୍ତି ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଆମ ଦଳର
ସଭାପତିଙ୍କ ନିର୍ଦ୍ଦେଶରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ ଏହି ବିଲର ସେ
ପୁର୍ନବିଚାର କରନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା