ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ଧର୍ମଶାଳା,୧୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଝାରସୁଗୁଡାର ପୂ
ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ


ଧର୍ମଶାଳା,୧୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଝାରସୁଗୁଡାର ପୂର୍ବତନ ଜିଲାପାଳ ସରୋଜ କୁମାର ସାମଲ ଯୋଗ ଦେଇ ଆନୁଷ୍ଠାନିକଭାବେ କାର୍ଯ୍ୟକ୍ରମକୁ ଉଦଘାଟିତ କରି ଆଜିର ଦିନରେ ସମୟକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନେ ଆଗକୁ ଯିବାକୁ ପୂର୍ଣ୍ଣ ଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତାଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଯୋଗ ଦେଇ ଚାକିରୀ ଉପରେ ନଜର ନ ଦେଇ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଜେନା,ନୃସିଂହ ଚରଣ ନାୟକ,ଅବଦୁଲରୋଫ ଖାଁ,ପୂର୍ବତନ ଅଧ୍ୟାପକ ପ୍ରଶାନ୍ତ ସାହୁ,ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ, ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁନ,ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ,ସମିତିସଭ୍ୟା ରୁକସାନା ପରୱିନ୍‌,ଶ୍ରମିକ ନେତା ପ୍ରଦୀପ ଦାସ,ଅମୂଲ୍ୟ ରାଉତ,ପ୍ରଫୁଲ୍ଲ ଗିରି,ହେମନ୍ତ କୁମାର ସାହୁ, ଅଜୟ କୁମାର ସାହୁ ଓ ଯୁବନେତା ରାକେଶ ଦେଓ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ। ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ଉଲ୍ଲାସ କୁମାର ବିଶ୍ୱାଳ ଅତିଥି ପରିଚୟ ଓ ଅଧ୍ୟାପକ ଡ. ରାଶ୍ମିକାନ୍ତ ଦାଶ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଶ୍ରୀନିବାସ ଜେନା, ସୂର୍ଯ୍ୟକାନ୍ତ ରାଉତ, ରାଜ କିଶୋର ପାଢୀ, ସଚିତ୍ରା ନନ୍ଦ ଦାସ, ନିହାର ମଲ୍ଲିକ, ବାବୁଲା ରଣା, ମନୋଜ ପୃଷ୍ଟି,ଶିବ ପ୍ରସାଦ ସାହୁ,ସେକ୍ ରହୁଲ ଅମିନ, ଅଶୋକ ଜେନା, ଅଧ୍ୟାପିକା ବନଲତା ଲେଙ୍କା,ରଶ୍ମିତା ସାମଲ,ଜୟଶ୍ରୀ ନାୟକ, ସାଗରିକା ଦାସ, ବଳରାମ ରାଉତ, ବିବେକାନନ୍ଦ ଜେନା, ବିନୟ ରାଉତ, ଲିଙ୍କନ ବେହେରା ଓ ଧର୍ମେନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande