ଉଛେଦ ପୂର୍ବରୁ ବ୍ୟବସାୟୀ ଭାଙ୍ଗିଦେଲେ ଦୋକାନ ଗୃହ, ୨ଟି ବଜାରରେ ଥିଲା ୪୨ ଦୋକାନ, ଧୂଳିପଦା ଓ ବୀରବରପୁର ବଜାର ହେଲା ଅବରୋଧ ମୁକ୍ତ
ଭଦ୍ରକ, ୧୯ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଧୂଳିପଡା ଓ ବୀରବରପୁର ବଜାରରେ ୪୨ଟି ଦୋକାନ ଗୃହ ବଜାରକୁ ଅବରୋଧ କରିଥିଲା।ମାତ୍ର ପ୍ରଶାସନ ପକ୍ଷରୁ ଦୋକାନ ଗୃହ ଉଛେଦ ହେବା ପୂର୍ବରୁ ବ୍ୟବସାୟୀମାନେ ନିଜତରଫରୁ ସେମାନଙ୍କ ଦୋକାନ ଭାଙ୍ଗି ଦେଇଥିଲେ । ସେମାନେ ଦୋକାନରୁ ସମସ୍ତ ସା
ଉଛେଦ ପୂର୍ବରୁ ବ୍ୟବସାୟୀ ଭାଙ୍ଗିଦେଲେ ଦୋକାନ ଗୃହ, ୨ଟି ବଜାରରେ ଥିଲା ୪୨ ଦୋକାନ, ଧୂଳିପଦା ଓ ବୀରବରପୁର ବଜାର ହେଲା ଅବରୋଧ ମୁକ୍ତ


ଭଦ୍ରକ, ୧୯ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଧୂଳିପଡା ଓ ବୀରବରପୁର ବଜାରରେ ୪୨ଟି ଦୋକାନ ଗୃହ ବଜାରକୁ ଅବରୋଧ କରିଥିଲା।ମାତ୍ର ପ୍ରଶାସନ ପକ୍ଷରୁ ଦୋକାନ ଗୃହ ଉଛେଦ ହେବା ପୂର୍ବରୁ ବ୍ୟବସାୟୀମାନେ ନିଜତରଫରୁ ସେମାନଙ୍କ ଦୋକାନ ଭାଙ୍ଗି ଦେଇଥିଲେ । ସେମାନେ ଦୋକାନରୁ ସମସ୍ତ ସାମଗ୍ରୀ ନେଇଯିବା ସହ ଦୋକାନରେ ଲାଗିଥିବା ମୂଲ୍ୟବାନ କାଠ ପଟାକୁ ମଧ୍ୟ ନେଇଯାଇଥିଲେ । ତେବେ ପ୍ରଶାସନ ପକ୍ଷରୁ କେବଳ ଦୋକାନ ଗୃହର କାନ୍ଥକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଥିବା ଜଣାଯାଇଛି । ଏହି ଉଚ୍ଛେଦ ପରେ ସୟାପଂଚାୟତ ଅଧୀନ ଧୂଳିପଦା ଓ ବୀରବରପୁର ବଜାର ଅବରୋଧ ମୁକ୍ତ ହୋଇଛି । ଜଣାଯାଇଛି ଯେ ଧୂଳିପଦା ଓ ବୀରବରପୁର ବଜାରରେ ସରକାରୀ ଜାଗାକୁ ଅବରୋଧ କରି ୪୨ଜଣ ବ୍ୟବସାୟୀ ଦୋକାନ କରିଥିଲେ । ଏନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରାଯିବାକୁ ମାପଚୁପ କରାଯାଇଥିଲା । ପରେ ଅବରୋଧ କରିଥିବା ବ୍ୟବସାୟୀମାନଙ୍କ ନାଁରେ ମକଦ୍ଦମା କରାଯିବା ସହ ନୋଟିସ ମାଧ୍ୟମରେ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସୁପରଭାଇଜର ଧନେଶ୍ୱର ମାରାଣ୍ଡି, ରାଜସ୍ୱ ନିରୀକ୍ଷକ ଆଶୁତୋଷ ଦାସ, ଅମିନ ଶ୍ରୁତିରେଖା ମୁଖୀ, ତିହିଡି଼ ଥାନା ଏଏସଆଇ ଲକ୍ଷ୍ମଣ ମାରାଣ୍ଡି, ମାନସ ରଞ୍ଜନ ଶତପଥୀ, ଅଗ୍ନିଶମ ଅଧିକାରୀ ସୁବାସ ରାଉତ, ପ୍ରଫୁଲ୍ଲ ପରିଡ଼ା ପ୍ରମୁଖ ଉଚ୍ଛେଦ କରିବାକୁ ଯାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande