
ଭୁବନେଶ୍ୱର,୧୯ ଡିସେମ୍ବର (ହି.ସ.)- କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ବିଶିଷ୍ଟ ସମବାୟବିତ୍ ଅମିୟ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିବା ପିସିସି ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ପ୍ରକାଶ ଥାଉକି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପରାମର୍ଶ କ୍ରମେ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ଦିନରେ ସମବାୟ ପ୍ରକୋଷ୍ଠର କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରୁ ତ୍ୱରାନ୍ୱିତ କରାଯିବା ସହିତ ପ୍ରତି ପଞ୍ଚାୟତସ୍ତରରୁ ସମବାୟବିତ୍ ମାନଙ୍କୁ ଚିହ୍ନଟ କରାଯାଇ ସମବାୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଅଣାଯିବ ବୋଲି ଶ୍ରୀ ଦାସ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା