
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଗୋଆ ମୁକ୍ତି ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୋଆ
ମୁକ୍ତି ଦିବସ ଅବସରରେ ଗୋଆର ଆମ ସମସ୍ତ ଭଉଣୀ ଓ ଭାଇମାନଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା।
ଉପନିବେଶ ଶାସନରୁ ଗୋଆକୁ ମୁକ୍ତ କରିବା ପାଇଁ ସାହସର ସହିତ ଲଢ଼ିଥିବା ସେହି ବୀର
ଯୋଦ୍ଧାମାନଙ୍କୁ ଆମେ ସ୍ମରଣ କରୁଛୁ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଆମ ସ୍ୱାଧୀନତା
ସଂଗ୍ରାମୀ ଏବଂ ସଶସ୍ତ୍ର ବାହିନୀଙ୍କ ଅସଂଖ୍ୟ ବଳିଦାନ ଓ ସାହସ ସର୍ବଦା ପ୍ରେରଣା ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା