ବିଶ୍ୱ ଓଡ଼ିଆ ପରିବାର ତରଫରୁ ଓଡ଼ିଶା ଖାଦ୍ୟ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
- ଡିସେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଆୟୋଜନ ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବ୨୦୨୫ ର ଅୟୋଜିତ ହେବ । ମହୋତ୍ସବ ପୂର୍ବରୁ ଶୁକ୍ରବାର ପ୍
ୂବଦଜଦଡ


- ଡିସେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଆୟୋଜନ

ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଭୁବନେଶ୍ୱରଠାରେ ଓଡି଼ଆ ଖାଦ୍ୟ ମହୋତ୍ସବ୨୦୨୫ ର ଅୟୋଜିତ ହେବ । ମହୋତ୍ସବ ପୂର୍ବରୁ ଶୁକ୍ରବାର ପ୍ରଦର୍ଶନୀ ପଡିଆରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି। ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଅନେକ ପୌଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡ଼ିଆଙ୍କର ଜୀବନଶୈଳୀର ଅଂଶ ବିଶେଷ । ଉଲ୍ଲେଖନୀୟ ଯେ, ଏହି ମହୋତ୍ସବ ରେ ଓଡ଼ିଶାର ସମସ୍ତ ତିରିଶିଟି ଜିଲ୍ଲାର ଖାଦ୍ୟ ପ୍ରକୋଷ୍ଠ ରହିବ । ସମ୍ପୃକ୍ତ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ । ଏହିପରି ୧୪୦ଟି ଷ୍ଟଲର ବ୍ୟବସ୍ଥା ରହିଛି । ଏହା ହେଉଛି ଓଡ଼ିଶାର ଅନନ୍ୟ ଖାଦ୍ୟ ମହୋତ୍ସବ,ଏହି ଅବସରରେ ଓଡ଼ିଆ ଖାଦ୍ୟ ସମ୍ବଦ୍ଧିୟ ପ୍ରତିଯୋଗିତା, ଚିତ୍ରାଙ୍କନ,ପିଠା ଓ ମିଠା, ନିରାମିଷ ଓ ଆମିଷ ଖାଦ୍ୟ, ଆଦିବାସୀ ଖାଦ୍ୟ, ପୁନଃ ପ୍ରକ୍ରିୟାକାରଣ ଖାଦ୍ୟ,ଶାକାହାରୀ ଖାଦ୍ୟ,ଚିତ୍ର ଖାଦ୍ୟ,ସଜଡ଼ା ଭୋଗ ଥାଳି, ଡେଇଁ ଡେଇଁ ଖାଇବା,ବିନା ଅଗ୍ନିରେ ରାନ୍ଧିବା,ଶୁଙ୍ଘିବା ,ଛୁଇଁବା ଆଉ କହିବ,ରୋଷେଇ ଘରର ଖାଦ୍ୟ ଇତ୍ୟାଦି ।

ଏହି ମହୋତ୍ସବ ପ୍ରତିଦିନ ସକାଳ ୧୦ ଟା ରୁ ରାତ୍ର ୧୦ ପର୍ଯ୍ୟନ୍ତ ଚାଲିବ ଉତ୍ସବରେ ବିଭିନ୍ନ ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଣ, ଓଡ଼ିଶାର ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।ତେଣୁ ନୂତନ ପିଢି଼ଙ୍କୁ ଓଡ଼ିଆ ଖାଦ୍ୟ ସହ ପରିଚିତ କରାଇବା ପାଇଁ ଏଭଳି ଏକ ପରିକଳ୍ପନା କାରଯାଇଛି ବୋଲି ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଶ୍ୱ ଓଡ଼ିଆ ପରିବାର ଓଡ଼ିଆର ଗୌରବମୟ ଇତିହାସ ଓ ପରମ୍ପରାକୁ ନେଇ କାର୍ଯ୍ୟକ୍ରମମାନ ଆରମ୍ଭ କରିଛି ।

ଏଥି ସହ ଖାଦ୍ୟର ପ୍ରସ୍ତୁତି ଓ ବିଭିନ୍ନ ଉପାଦାନ ଓ ରନ୍ଧନ ଶୈଳୀ ଜିଲ୍ଲା ଭିତିରେ ପ୍ରଦର୍ଶନ କରାଯିବ । ଏହା ସହ ପ୍ରତି ଦିନ ଓଡ଼ିଆ ଖାଦ୍ୟ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଖାଦ୍ୟ ଗବେଷକ ଓ ଖାଦ୍ୟ ସଂସ୍କୃତି ପୁସ୍ତକ ଲେଖକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ରାଜଧାନୀର ବିଭିନ୍ନ ଆପାଟମେଂଟ ତଥା କଲୋନୀ ବାସିନ୍ଦା, ହୋଟେଲ ମ୍ୟାନେଜମେଂଟ କଲେଜ ଓ ସ୍କୁଲ ପିଲା ଏବଂ ପ୍ରସିଦ୍ଧ ହୋଟେଲମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଓ ଓଡ଼ିଆ ଖାଦ୍ୟକୁ ନେଇ କୁଇଜ ତଥା ଅନ୍ୟାନ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏଥି ସହ ଓଡି଼ଆ ଖାଦ୍ୟ ଓ ସଂସ୍କୃତିର ବାହାରେ ପ୍ରଚାର ପାଇଁ ଗୌରବ ଆଣିଦେଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯୟକ୍ରମମାନ ପରିବେଷଣ କରାଯିବ । ବହୁ ଓଡ଼ିଆ ଖାଦ୍ୟ ଶିଳ୍ପୋଦ୍ୟୋଗୀ ଉଦ୍ୟୋଗଗୁଡ଼ିକ ମଧ୍ୟ ଏହି ମହୋତ୍ସବରେ ଭାଗନେଉଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଭାପତି ସମୀର ମହାନ୍ତି, ସମାଜସେବୀ ଜାଗନ୍ନାଥ ପ୍ରଧାନ, ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ, ହୋଟେଲ ଡାଲମାର ପ୍ରତିଷ୍ଠାତା ଦେବ ପଟ୍ଟନାୟକ, ଶିଳ୍ପୋଦ୍ୟୋଗୀ ଦୁଲାଲ ପାଣି, ବିଶିଷ୍ଟ ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ମିଶ୍ର, ସର୍ବଶ୍ରୀ କାଳନ୍ଦି ସାମଲ, କୁଳମଣି ରାଉତ, ସୁଜିତ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande