
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଇଡକୋ
ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଓଡିଶା ଖାଦ୍ୟ ମହୋତ୍ସବ-୨୦୨୫। ଡିସେମ୍ବର ୨୩ ରୁ ୨୯ ଯାଏଁ
ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏହି ଖାଦ୍ୟ ମହୋତ୍ସବ। ବିଶ୍ବ ଓଡିଆ ପରିବାର ପକ୍ଷରୁ
ଆୟୋଜିତ ଏହି ମହୋତ୍ସବରେ ଆଜି ପ୍ରଦର୍ଶନୀ ପଡିଆରେ ଭୂମି ପୂଜନ କରଯାଇଛି। ଓଡ଼ିଶାର ସମସ୍ତ ପାରମ୍ପରିକ
ଖାଦ୍ୟ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯିବ। ସକାଳଠୁ ସନ୍ଧ୍ୟା ଯାଏଁ ଏହି ମହୋତ୍ସବରେ ଓଡ଼ିଶାର
ସମସ୍ତ ପାରମ୍ପରିକ ଖାଦ୍ୟ ଉପଲବଧ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା