ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କ କାର‌୍ୟ୍ୟାଳୟଠାରେ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ
ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ


କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କ କାର‌୍ୟ୍ୟାଳୟଠାରେ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ କୁମାର ଦାସ ଏବଂ ଅନିତା ରାଉତଙ୍କୁ ଲାପଟପ ପ୍ରଦାନ କରିଛନ୍ତି । ବଣ୍ଟନ କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଝୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ । କାର‌୍ୟ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ପରିଚାଳନା କରିଥିଲେ । ପ୍ରକାଶ ଥାଉ କି,ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରିଥିବା ସମ୍ପୂର୍ଣ ଦୁଷ୍ଟିବାଧିତ ବା କ୍ଷଣଶକ୍ତି ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ବିଭାଗର ଅନଲାଇନ ପୋର୍ଟାଲରେ ଆବଶ୍ୟକୀୟ ଦସ୍ତାବିଜ ସହ ସଂପୃକ୍ତ ଶିକ୍ଷାନୁଷ୍ଠାନଠାରୁ ଏହାକୁ ପ୍ରମାଣିତ କରାଇ ଆବେଦନ କରିବାକୁ ପଡିଥାଏ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande