ତୃଣମୂଳସ୍ତରରେ ରହି ଲୋକମାନଙ୍କ ସ୍ୱର ହୁଅନ୍ତୁ, ହିଂଜିଳିରୁ ଆସିଥିବା ବିଜେଡି କର୍ମୀଙ୍କୁ ନବୀନ ଦେଲେ ପରାମର୍ଶ
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.) ହିଂଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ ମାନେ ତୃଣମୂଳସ୍ତରରେ ରହି ଲୋକମାନଙ୍କ ସ୍ୱର ହୁଅନ୍ତୁ । ହିଞ୍ଜିଳି ମ୍ୟୁନିସିପାଲିଟିରୁ ତାଙ୍କୁ ଆସିଥିବା ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମୀଙ୍କୁ ଭେଟିବା ବେଳେ ଏହି ପରାମର୍ଶ ଦେଇଛନ୍ତି ବିରୋଧୀ ଦଳର ନେ
ନବୀନ ପଟ୍ଟନାୟକ ଫାଇଲ ଫଟୋ


ଭୁବନେଶ୍ୱର, 19 ଡିସେମ୍ବର (ହି.ସ.) ହିଂଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ ମାନେ ତୃଣମୂଳସ୍ତରରେ ରହି ଲୋକମାନଙ୍କ ସ୍ୱର ହୁଅନ୍ତୁ । ହିଞ୍ଜିଳି ମ୍ୟୁନିସିପାଲିଟିରୁ ତାଙ୍କୁ ଆସିଥିବା ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମୀଙ୍କୁ ଭେଟିବା ବେଳେ ଏହି ପରାମର୍ଶ ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ତାଙ୍କର ସୋସିଆଲ ମିଡିଆ ହ୍ୟାଂଡେଲରେ ପୋଷ୍ଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ପୋଷ୍ଟରେ ନବୀନ ପଟ୍ଟନାୟକ ହିଞ୍ଜିଳି ମ୍ୟୁନିସିପାଲିଟିରୁ ଆସିଥିବା ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସହିତ ହୋଇଥିବା ସାକ୍ଷାତକାର ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲୋକମାନଙ୍କର ସୁବିଧା-ଅସୁବିଧା ସମ୍ପର୍କରେ ଅବଗତ ହୋଇଥିବା କଥା ମଧ୍ୟ କହିଛନ୍ତି।

ଏହି ଅବସରରେ ନବୀନ ପଟ୍ଟନାୟକ ସରକାରଙ୍କ ବିକାଶ କାର୍ଯ୍ୟରେ ବୈମାତୃକ ମନୋଭାବ ଓ ଆଇନଶୃଙ୍ଖଳାରେ ପକ୍ଷପାତିତାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହାର ଉଚିତ୍ ଜବାବ ଓଡ଼ିଶାବାସୀ ନିଶ୍ଚିତ ଭାବେ ଦେବେ।

ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଥିବା ଅବ୍ୟବସ୍ଥା, ରାସନ କାର୍ଡ ଓ ଭତ୍ତା ପ୍ରଦାନରେ ପାତରଅନ୍ତର, ଏବଂ ଦଳୀୟ ମନୋଭାବ ଆଧାରିତ ପୋଲିସ ବ୍ୟବହାରକୁ ସେ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ତୃଣମୂଳସ୍ତରରେ ରହି ଲୋକମାନଙ୍କ ସ୍ୱର ହେବାକୁ ବିଜୁ ଜନତା ଦଳର ସଭିଯୋଗୀ ଓ କର୍ମୀମାନଙ୍କୁ ସେ ପରାମର୍ଶ ଦେଇଥିବା ସେ ଉଲ୍ଲେଖ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande