ରାଜନୈତକ ଦଳ ଅପେକ୍ଷା ଲୋକ ବିକାଶରେ ବିଶ୍ୱାସ କରନ୍ତି - ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ରାଜ୍ୟରେ ନୂଆଦଳ ଗଠନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନିଜ ସ୍ୱାର୍ଥ ସାଧନ ପାଇଁ କିଛି ଲୋକ ଏକାଠି ହୋଇ ନୂଆ ଦଳ କରିବା ଗଣ ତାନ୍ତ୍ରିକ ପ୍ରକ୍ରିୟା । ଏଥିରେ କିଛି ପ୍ରଭାବ ପକାଇବ ନାହିଁ। କିଏ ଇଚ୍ଛା ପ୍ରକାଶ କର
ରପରବବପ


ଭୁବନେଶ୍ୱର, ୧୯ ଡିସେମ୍ବର (ହି.ସ.)- ରାଜ୍ୟରେ ନୂଆଦଳ ଗଠନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନିଜ ସ୍ୱାର୍ଥ ସାଧନ ପାଇଁ କିଛି ଲୋକ ଏକାଠି ହୋଇ ନୂଆ ଦଳ କରିବା ଗଣ ତାନ୍ତ୍ରିକ ପ୍ରକ୍ରିୟା । ଏଥିରେ କିଛି ପ୍ରଭାବ ପକାଇବ ନାହିଁ। କିଏ ଇଚ୍ଛା ପ୍ରକାଶ କରିଲେ ନୂଆ ରାଜନୈତିକ ଦଳ ତିଆରି କରନ୍ତୁ। ବିଗତ ଦିନ ରେ ଅନେକ ଦଳ ଗଢିଛି ଭାଂଗିଛି। ରାଜନୈତକ ଦଳ ଅପେକ୍ଷା ଲୋକ ବିକାଶ ରେ ବିଶ୍ୱାସ କରନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକେ ବିଶ୍ୱାସ କରି ଆମ ସହ ଚାଲୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ସେ କହିଛନ୍ତି ଯେ ଦରମା ବଢିବା ଉଚିତ ହୋଇନି ବୋଲି ବିଧାୟକଙ୍କ କାନ କୁ ଆସିଛି । ବିଧାୟକ ଦଳ ଯାହା ନିଷ୍ପତି ନେଲେ ସ୍ୱାଗତ ଯୋଗ୍ୟ। ସରକାର ଏହାକୁ ବିଚାର କରୁଛନ୍ତି। ଅନ୍ୟ ଦଳ ଯେଉଁ ଭୂମିକା ନିର୍ବାହ କରିବା କଥା କରନ୍ତୁ। ଆମର ଆପତି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande