କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ
ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡା‌ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ପ୍ରତିଭା ସମ୍ମାନ’ ସମାରୋହ ପାଳନ କରାଯାଇଛି । ଏଥିରେ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ ଓ ମୁଖ୍ୟ ଅତିଥି ରୂପେ ସାମରିକ ବିଭାଗର ଅବସରପ୍ରାପ୍ତ ସୈନିକ ଦିଲୀପ କୁମାର ପୁରୋହିତ ଓ
କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ


କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ


କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ


କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ


କଦମପଡା ଶିଶୁ ମନ୍ଦିରରେ “ପ୍ରତିଭା ସମ୍ମାନ” ସମାରୋହ


ବଲାଙ୍ଗିର, ୧୯ ଡିସେମ୍ବର (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡା‌ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ପ୍ରତିଭା ସମ୍ମାନ’ ସମାରୋହ ପାଳନ କରାଯାଇଛି । ଏଥିରେ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ ଓ ମୁଖ୍ୟ ଅତିଥି ରୂପେ ସାମରିକ ବିଭାଗର ଅବସରପ୍ରାପ୍ତ ସୈନିକ ଦିଲୀପ କୁମାର ପୁରୋହିତ ଓ ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟାପକ ଡ. ତରୁଣ କୁମାର ମିଶ୍ର ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଛାତ୍ରୀ ଅନୁଷ୍କା ରାଣୀ ପାତ୍ର, ମୋନିକା ମହାପାତ୍ର, ମେହେକ ମଲ୍ଲିକ ଓ ଶ୍ରୀମୟୀ ପଣ୍ଡା ଗାନ କରିଥିଲେ । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିବା ବେଳେ ସଂଯୋଜନା ଛାତ୍ରୀ ପ୍ରିୟାଂଶୀ ସାହୁ, ସ୍ମରଣୀକା ଦାଶ ଓ ଗୁରୁମା ମମତା ଭୋଇ କରିଥିଲେ । ମୁଖ୍ୟବକ୍ତା ନିଜ ବକ୍ତବ୍ୟ ଦେଇ କହିଲେ ଯେ, ନିଜର ପ୍ରତିଭାକୁ ନିଜେ ଚିହ୍ନ । ମୁଖଅତିଥି କହିଲେ ଯେ, ଶିଶୁ‌ ନିଜକୁ ଚିହ୍ନି‌ ପାରିଲେ ହିଁ ଦେଶ ଆଗକୁ ବଢିବ । ବିଶିଷ୍ଟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ, ନିଜ କର୍ମପଥରେ ଠିକ୍ ଥିଲେ ସଫଳତା ଆପେ ଆପେ ଆସିବ । ସମସ୍ତ ପୁରସ୍କାରର ଉଦଘୋଷଣା ଗୁରୁଜୀ କିଶୋର ମଟାରୀ କରିଥିଲେ । ବିଭିନ୍ନ ପୁରସ୍କାର ମଧ୍ୟରେ ବାର୍ଷିକ କ୍ରୀଡା, ବାର୍ଷିକ ଉତ୍ସବର ବିଜେତା‌ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମଞ୍ଚାସୀନ ଅତିଥିଙ୍କ ସହ ମାତୃଭାରତୀର ସଦସ୍ୟାମାନେ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ ।

ଛାତ୍ରମାନଙ୍କ‌ ମଧ୍ୟରେ ୩୦୦୦ ମିଟର ଦୈ।ଡରେ ସିଦ୍ଧୁ ବାଗ, ସ୍ବପ୍ନିଳ ସାବତ, ରୋହନ୍ ସାହୁ ବିଜେତା ହୋଇଥିଲେ । ବିଦ୍ୟାଳୟର ମାତୃଭାରତୀର ସଦସ୍ୟାମାନଙ୍କ ମଧ୍ୟରେ ଝୋଟି ଚିତା ପ୍ରତିଯୋଗିତାରେ କୁନ୍ତି ଦାଶ, ପଲ୍ଲବୀ ବେହେରା, ସ୍ବର୍ଣ୍ଣସ୍ମିତା ନନ୍ଦ ବିଜେତା ହେବା ଆକର୍ଷଣୀୟ ରହିଥିଲା । ରାଜ୍ୟପାଳଙ୍କ ଦ୍ବାରା ପ୍ରଦତ୍ତ ପୁରସ୍କୃତ ସ୍କାଉଟ ଓ ଗାଇଡର ୬ ଜଣ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହିପରି ମୋଟରେ ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପରେ ବିଦ୍ୟାଳୟର ସଭାପତି ଆର୍ଶିବଚନ ପ୍ରଦାନ କରିଥିଲେ ତଥା ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲ ପ୍ରଦାନ କରିଥିଲେ । ଗୁରୁଜୀ ସାଧୁରାମ ନାଏକ ଓ ଗୁରୁମା କଲ୍ୟାଣୀ ପଣ୍ଡାଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପୁର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande