ମନରେଗା ସମାପ୍ତ କରିବା ଗ୍ରାମୀଣ ଅଧିକାର ଉପରେ ସିଧା ପ୍ରହାର- ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନରେଗା)କୁ ସମାପ୍ତ କରି କେନ୍ଦ୍ର ସରକାର ଦ୍ୱାରା ଆଣାଯାଇଥିବା ‘ବିକଶିତ ଭାରତ – ରୋଜଗାର ଏବ
ରାହୁଲ ଗାନ୍ଧି


ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.)- କଂଗ୍ରେସ ନେତା

ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ମହାତ୍ମା

ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନରେଗା)କୁ ସମାପ୍ତ କରି କେନ୍ଦ୍ର

ସରକାର ଦ୍ୱାରା ଆଣାଯାଇଥିବା ‘ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)

ଗାରଣ୍ଟି (ଭିବି-ଜି ରାମ ଜୀ)’ ଯୋଜନାକୁ ଲୋକସଭାରୁ ପାସ୍ କରାଯାଇଥିବାରେ କଠୋର ବିରୋଧ ପ୍ରକାଶ

କରିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାର ଏକ ଦିନ ମଧ୍ୟରେ ମନରେଗାର ୨୦ ବର୍ଷର ଅଧିକାର

ଆଧାରିତ ଢାଞ୍ଚାକୁ ଧ୍ୱଂସ କରିଦେଇଛି ଏବଂ ସୁଧାରର ନାମରେ ଏହାକୁ ସମାପ୍ତ କରିବାର ଚେଷ୍ଟା

କରାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ

‘ଏକ୍ସ’ରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭିବି-ଜି ରାମ ଜୀ ଯୋଜନାକୁ ମନରେଗାର ସୁଧାର ବୋଲି

କୁହାଯାଉଛି,

କିନ୍ତୁ ପ୍ରକୃତରେ ଏହା ଚାହିଦା ଆଧାରିତ ଏବଂ ଆଇନ ରୋଜଗାର ଗ୍ୟାରେଣ୍ଟିକୁ

ସମାପ୍ତ କରି ଏହାକୁ ଦିଲ୍ଲୀରୁ ନିୟନ୍ତ୍ରିତ ଏକ ସୀମିତ ଯୋଜନାରେ ପରିଣତ କରୁଛି। କୋରୋନା କାଳର

ଉଦାହରଣ ଦେଇ ସେ କହିଛନ୍ତି ଯେ ଯେତେବେଳେ ଦେଶର ଅର୍ଥନୀତି ଠପ୍ ହୋଇଯାଇଥିଲା ଏବଂ ଆଜୀବିକାର

ସମସ୍ତ ସାଧନ ନଷ୍ଟ ହୋଇଯାଇଥିଲା, ସେତେବେଳେ ମନରେଗା କୋଟିକୋଟି

ଲୋକଙ୍କୁ ଭୋକିଲା ଓ ଋଣରେ ପଡ଼ିବାରୁ

ବଞ୍ଚାଇଥିଲା।

ରାହୁଲ ଗାନ୍ଧୀ କହିଛନ୍ତି ଯେ

ମନରେଗାରୁ ସବୁଠାରୁ ଅଧିକ ଲାଭ ମହିଳାମାନଙ୍କୁ ମିଳିଛି ଏବଂ ପ୍ରତିବର୍ଷ ମୋଟ ଶ୍ରମ-ଦିବସର

ଅଧାରୁ ଅଧିକ ଅବଦାନ ମହିଳାମାନଙ୍କର ରହିଛି। ରୋଜଗାର ଯୋଜନାଗୁଡ଼ିକୁ ସୀମିତ କରାଯିବାରୁ

ସବୁଠାରୁ ପ୍ରଥମେ ମହିଳା, ଦଳିତ, ଆଦିବାସୀ, ଭୂମିହୀନ ଶ୍ରମିକ ଏବଂ

ସବୁଠାରୁ ଗରିବ ଓବିସି ସମୁଦାୟ ବାହାରେ ପଡ଼ିଯାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande