
ଭୁବନେଶ୍ୱର, 19 ଡିସେମ୍ବର (ହି.ସ.)- ଆଜି ରାଜସ୍ବ ମନ୍ତ୍ରୀଙ୍କ କୋଟିଆ ଗସ୍ତ ।
ଗ୍ରାଉଣ୍ଡ ଜିରୋରେ ସରକାରଙ୍କ ଯୋଜନାର ରୂପାୟନର ସ୍ଥିତି ପରଖିବେ ରାଜସ୍ବ ମନ୍ତ୍ରୀ । କୋଟିଆ
ବିବାଦର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା କମିଟି । ଡିସେମ୍ଭର ଶେଷ
ସପ୍ତାହରେ ବସିବ କୋଟିଆ ପାଇଁ ଗଠନ ହୋଇଥିବା କମିଟିର ବୈଠକ । ତା ପୂର୍ବରୁ ଗ୍ରାଉଣ୍ଡ ଜୀରକୁ
ଯାଇ ସରକାରୀ ଯୋଜନା ଆଉ କାର୍ଯ୍ୟକ୍ରମର ସ୍ଥିତି ପରଖିବେ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ
। ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସହ କରିବେ ବୈଠକ । ସରକାରୀ ଅଧିକାରୀ ଯେଉଁ ରିପୋର୍ଟ
ଦେଇଛି ତାକୁ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟକାରୀ ନେଇ ଯାଞ୍ଚ କରିବେ । ପରବର୍ତ୍ତୀ ବୈଠକରେ ଯାହା
ହେଉଛି ତାକୁ ଆଗକୁ ନିଆଯିବ । ଫିଡବ୍ୟାକ ଆଧାରରେ ଆଉ କଣ ବିକାଶ କରା ଯାଇପାରିବ । ପ୍ରଥମ ଥର
ପାଇଁ ଆମ ସ୍ଥାନୀୟ ପ୍ରଶାସନ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ ଗତିରୋଧ କଲେ । ଆଗରୁ କେବେ ହୋଇ
ନଥିଲା । କୋଟିଆ ଆମ ଅଞ୍ଚଳ ସେଠି କାହାକୁ ବି ଅନୁପ୍ରବେଶ ପାଇଁ ଦେବୁନି ବୋଲି ରାଜସ୍ୱ
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା