
ଭୁବନେଶ୍ୱର, , 19 ଡିସେମ୍ବର (ହି.ସ.) ବେଆଇନ ଭାବେ ଅତିରିକ୍ତ ସିକ୍ୟୁରୁଟି
ପାଇଁ ପଇସା ଆଦାୟ କରୁଛି ଟାଟା ପାୱାର । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି
ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ । ସେ କହିଛନ୍ତି ଓଇଆରସି ବିଦ୍ୟୁତ ଦର 4 ବର୍ଷ ହେବ
ବୃଦ୍ଧି କରି ନ ଥିବା ବେଳେ ସିକ୍ୟୁରିଟି ଟଙ୍କା ଆଦାୟ କରିବା ନିୟମ ବିରୁଦ୍ଧ । ସେରିପରି ଟାଟା ପାୱାର ସଂଗ୍ରହ କରିଥିବା 7000 କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରସ୍ତ କରିବାକୁ ଦାବି କରିଛନ୍ତି । ବିଦ୍ୟୁତ
ଭିତ୍ତିଭୂମି ମରାମତି ପାଇଁ ଦିଆଯାଇଥିବା 30 ହଜାର କୋଟି ଟଙ୍କାର
ତଦନ୍ତ କରାଯିବା ସହ ୟୁନିଟ ପିଛା ବିଦ୍ୟୁତ ଦର ସର୍ବଭାରତୀୟ ସ୍ତରରୁ ଅଧିକର ରଖିବାକୁ ଦାବି
ହୋଇଛି । ତେବେ ଟାଟା ପାୱାର ଓ ଉପଭୋକ୍ତାଙ୍କ
ମଧ୍ୟରେ ଏକପାଖିଆ ଏଗ୍ରିମେଣ୍ଟ ହୋଇଥିବା ବେଳେ ଉପଭୋକ୍ତାଙ୍କ ଅଧିକାର ପାଇଁ ଓଇଆରସି ଏକ ଚାଟର
ପ୍ରସ୍ତୁତ କରୁ ବୋଲି ଦାବି ହୋଇଛି
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା