
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ରେ ମଶା ନିବାରଣ ୩ ଦିନିଆ କର୍ମଶାଳା ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏନଆଇଆର ଡିପିଆର ଅନୁଷ୍ଠାନ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମେଶ ଚନ୍ଦ୍ର ମଲିକ, ଜିଲ୍ଲା ପରିଷଦ ସଭ୍ୟ ନିର୍ମଳା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମଶାଙ୍କ ଉପଦ୍ରବ ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପ୍ରଭୃତି ମଶା ଦ୍ୱାରା ହେଉଥିବାରୁ ଏହାକୁ ନିବାରଣ କରିବା ପାଇଁ ପଂଚାୟତ ରେ ସ୍ୱଚ୍ଛତା, ବିଭିନ୍ନ ସ୍ଥାନରେ ପାଣି ଜମି ରହିବା, ଅଳିଆ, ଆବର୍ଜନା ଇତ୍ୟାଦିକୁ ସଫା କରିବା ଉପରେ ଉଦୟ ମେନାନ ଏବଂ ଡ଼ଃ ଆଶିଷ ଡୋକରା ପ୍ରମୁଖ କର୍ମଶାଳା ରେ ଉପସ୍ଥିତ ଥିବା ପଂଚାୟତ ୱାର୍ଡର ମହିଳା, ସିଆରପି, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରଭୃତି ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା । ସାରା ରାଜ୍ୟରେ ଜିଲ୍ଲାରେ ପ୍ରଥମଥର କରି ମଶା ନିବାରଣ କର୍ମଶାଳା ଭାଗବତପୁର ପଚାୟତ ରେ ଅନୁଷ୍ଠିତ ହୋଇଥିବାରୁ ପଂଚାୟତବାସୀ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ପ୍ରଶିକ୍ଷଣ ଦେଉଥିବା ଶ୍ରୀ ମେନାନ ଓ ଶ୍ରୀ ଆଶିଷ ଡୋକରାଙ୍କୁ ସମ୍ବର୍ନ୍ଧନା ଦେଇଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ ମହାନ୍ତିଙ୍କ ସମେତ ସ୍ଥାନୀୟ ପଂଚାୟତ ର ୱାର୍ଡସଭ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି