କୁନି ଚିତ୍ରଶିଳ୍ପୀ ରୁଦ୍ରାଂଶ ପୁରସ୍କୃତ
କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡା ପୈାରାଂଚଳ ର କାକଟ ଗ୍ରାମରେ ଥିବା ମା’ କାକଟ ମଙ୍ଗଳା କ୍ଲବର ୮୨ତମ ବାର୍ଷିକ ଉତ୍ସବରେ କୁନି ଚିତ୍ରଶିଳ୍ପୀ ରୁଦ୍ରାଂଶ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ବିଧାୟକ ଗଣେଶ୍ୱର ବେହେରା ଓ ପୈାରାଧ୍ୟକ୍ଷା ସରିତା ସାହୁ କାର୍ଯୟକ୍ରମ ରେ ଅତିଥି ଭା
କୁନି ଚିତ୍ରଶିଳ୍ପୀ ରୁଦ୍ରାଂଶ ପୁରସ୍କୃତ


କେନ୍ଦ୍ରାପଡା, 19 ଡିସେମ୍ବର (ହି.ସ.): କେନ୍ଦ୍ରାପଡା ପୈାରାଂଚଳ ର କାକଟ ଗ୍ରାମରେ ଥିବା ମା’ କାକଟ ମଙ୍ଗଳା କ୍ଲବର ୮୨ତମ ବାର୍ଷିକ ଉତ୍ସବରେ କୁନି ଚିତ୍ରଶିଳ୍ପୀ ରୁଦ୍ରାଂଶ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ବିଧାୟକ ଗଣେଶ୍ୱର ବେହେରା ଓ ପୈାରାଧ୍ୟକ୍ଷା ସରିତା ସାହୁ କାର୍ଯୟକ୍ରମ ରେ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲବ ପକ୍ଷରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ ୟୁକେଜି ଶ୍ରେଣୀରେ ପଢୁଥିବା ରୁଦ୍ରାଂଶ କୃତକାର୍ଯ୍ୟ ହୋଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ସେ ପୈାରସଂସ୍ଥା ର କର୍ମଚାରୀ ମାନସ ରଂଜନ ମହାନ୍ତି ଓ ମାତା ଗୋପଲକ୍ଷ୍ମୀ ଲେଙ୍କାଙ୍କ ପୁତ୍ର ଅଟନ୍ତି । କାର୍ଯ୍ୟକ୍ରମ ରେ କ୍ଲବ ର ସଭାପତି ତଥା କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande