ଆସାମରେ ହାତୀ ସହ ଧକ୍କା ହେବାପରେ ଲାଇନଚ୍ୟୁତ ହେଲା ରାଜଧାନୀ ଏକ୍ସପ୍ରେସ
ଗ୍ୱୌହାଟୀ, 20 ଡିସେମ୍ବର (ହି.ସ.)- ଆସାମରେ ଶନିବାର ଭୋର ସମୟରେ ଘଟିଥିବା ଏକ ବଡ଼ ଦୁର୍ଘଟଣାରେ 20507 ଡାଉନ୍ ସାଇରାଙ୍ଗ–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀପଲ ସହ ଧକ୍କା ଖାଇଥିଲା, ଫଳରେ ଇଞ୍ଜିନ ସହିତ ଟ୍ରେନର ପାଞ୍ଚଟି ଡବା ଲାଇନଚ୍ୟୁତ ହୋଇଯାଇଛି । ତଥାପି ଏହ
ଟ୍ରେନ


ଗ୍ୱୌହାଟୀ, 20 ଡିସେମ୍ବର (ହି.ସ.)- ଆସାମରେ ଶନିବାର ଭୋର ସମୟରେ ଘଟିଥିବା ଏକ ବଡ଼

ଦୁର୍ଘଟଣାରେ 20507 ଡାଉନ୍ ସାଇରାଙ୍ଗ–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀପଲ ସହ ଧକ୍କା

ଖାଇଥିଲା, ଫଳରେ ଇଞ୍ଜିନ ସହିତ

ଟ୍ରେନର ପାଞ୍ଚଟି ଡବା ଲାଇନଚ୍ୟୁତ ହୋଇଯାଇଛି । ତଥାପି ଏହି ଘଟଣାରେ କୌଣସି ଯାତ୍ରୀଙ୍କ

ମୃତ୍ୟୁ କିମ୍ବା ଆହତ ହେବାର ସୂଚନା ମିଳିନାହିଁ।

ରେଳୱେ ଅଧିକାରୀମାନଙ୍କ ଅନୁସାରେ, ଏହି ଦୁର୍ଘଟଣା ସକାଳ ପ୍ରାୟ 2ଟା 17 ମିନିଟ୍ ସମୟରେ

ଲାମଡିଙ୍ଗ ମଣ୍ଡଳ ଅନ୍ତର୍ଗତ ଜାମୁନାମୁଖ–କାମପୁର ସେକ୍ସନରେ ଘଟିଥିଲା, ଯାହା ଗ୍ୱୌହାଟୀରୁ

ପ୍ରାୟ 126 କିଲୋମିଟର ଦୂରେ ଅବସ୍ଥିତ। ସୂଚନା ମିଳିବା ମାତ୍ରେ ଦୁର୍ଘଟଣା ରେସକ୍ୟୁ ଟ୍ରେନ୍

ଏବଂ ଲାମଡିଙ୍ଗ ମଣ୍ଡଳ ମୁଖ୍ୟାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଓ ପୁନଃସ୍ଥାପନ

କାର୍ଯ୍ୟ ଆରମ୍ଭ କରିଥିଲେ।

ଯାତ୍ରୀମାନଙ୍କ ସହାୟତା ପାଇଁ ଗ୍ୱୌହାଟୀ ରେଳୱେ ଷ୍ଟେସନରେ

ହେଲ୍ପଲାଇନ୍ ନମ୍ବର ସକ୍ରିୟ କରାଯାଇଛି। ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା— 0361-2731621, 0361-2731622 ଓ

0361-2731623। ପୂର୍ବୋତ୍ତର ସୀମାନ୍ତ ରେଳୱେର ମହାପ୍ରବନ୍ଧକ ଏବଂ ଲାମଡିଙ୍ଗ ମଣ୍ଡଳ ରେଳ

ପ୍ରବନ୍ଧକ ସହିତ ବରିଷ୍ଠ ରେଳ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande