
ଲକ୍ଷ୍ନୌ, ୨୦ ଡିସେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତାଚ୍ଛଲ୍ୟ କରିଛନ୍ତି । ସେ ଜଣେ ମୁସଲିମ ମହିଳା ଡାକ୍ତରଙ୍କ ହିଜାବ କାଢିବା ବିବାଦକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ମାୟାବତୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅନୁତାପ କରି ଏହି ମାମଲାକୁ ବନ୍ଦ କରିବା ଉଚିତ । ଏହା ବ୍ୟତୀତ ସେ ବହରାଇଚ ପୋଲିସ ପରେଡ, ବିଧାନସଭା ଏବଂ ସଂସଦର ଶୀତକାଳୀନ ଅଧିବେଶନ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ବିଏସପି ମୁଖ୍ୟ ଶନିବାର ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ବଂଟନ ପାଇଁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଜଣେ ମୁସଲିମ ମହିଳା ଡାକ୍ତରଙ୍କ ହିଜାବ (ମୁଖମଣ୍ଡଳ ଘୋଡ଼ା) କାଢିବା ପ୍ରସଙ୍ଗ ସମାଧାନ ହେବା ପରିବର୍ତେ କ୍ରମାଗତ ଭାବରେ ବିବାଦୀୟ ହେଉଛି, ବିଶେଷକରି ମନ୍ତ୍ରୀମାନଙ୍କ ବୟାନ ଯୋଗୁଁ, ଯାହା ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ । ପ୍ରଥମ ନଜରରେ ଏହି ପ୍ରସଙ୍ଗ ମହିଳାଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ସହିତ ଜଡ଼ିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ସହିତ ବର୍ତମାନ ସୁଦ୍ଧା ଏହାର ସମାଧାନ ହେବା ଉଚିତ ଥିଲା । ବିଶେଷକରି ଯେତେବେଳେ ଅନେକ ସ୍ଥାନରେ ସମାନ ଘଟଣା ରିପୋର୍ଟ ହେଉଛି । ମୁଖ୍ୟମନ୍ତ୍ରୀ ଯଦି ଏହି ଘଟଣାକୁ ସଠିକ୍ ଦୃଷ୍ଟିକୋଣରୁ ଦେଖନ୍ତି ଏବଂ ଏଥିପାଇଁ ଅନୁତାପ ପ୍ରକାଶ କରନ୍ତି ତେବେ ଭଲ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ