ଭାରତ-ଇୟୁ ବ୍ୟାପାର ବାର୍ତ୍ତା ଆଗକୁ ବଢାଇବା ପାଇଁ ଜାନୁୟାରୀ 8ରେ ବ୍ରସେଲ୍ସ ଯିବେ ଗୋଏଲ
ନୂଆଦିଲ୍ଲୀ, 20 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଭାରତ ଏବଂ ଇଉରୋପୀୟ ସଂଘ ମଧ୍ୟରେ ପ୍ରସ୍ତାବିତ ବ୍ୟାପାର ଚୁକ୍ତିକୁ ଗତି ଦେବା ଉଦ୍ଦେଶ୍ୟରେ ଆଗାମୀ ବର୍ଷ ଜାନୁଆରୀ 8 ତାରିଖରେ ବ୍ରୁସେଲ୍ସ ଯିବେ। ଏହି ଅବସରରେ ସେ ଇଉରୋପୀୟ ସଂଘର
ପୀୟୁଷ ଗୋଏଲ


ନୂଆଦିଲ୍ଲୀ, 20 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ

ଭାରତ ଏବଂ ଇଉରୋପୀୟ ସଂଘ ମଧ୍ୟରେ ପ୍ରସ୍ତାବିତ ବ୍ୟାପାର ଚୁକ୍ତିକୁ ଗତି ଦେବା ଉଦ୍ଦେଶ୍ୟରେ

ଆଗାମୀ ବର୍ଷ ଜାନୁଆରୀ 8 ତାରିଖରେ ବ୍ରୁସେଲ୍ସ ଯିବେ। ଏହି ଅବସରରେ ସେ ଇଉରୋପୀୟ ସଂଘର

କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଓ ବ୍ୟାପାର ମାମଲାର ଆୟୁକ୍ତ ମାରୋସ ସେଫ୍କୋଭିକଙ୍କ ସହ ଆଲୋଚନା

କରିବେ।

ଶନିବାର ଦିଆଯାଇଥିବା ଔପଚାରିକ ସୂତ୍ର ଅନୁଯାୟୀ, ଉଭୟ ପକ୍ଷ ମଧ୍ୟରେ

ପ୍ରସ୍ତାବିତ ବ୍ୟାପାର ଚୁକ୍ତି ସମ୍ପର୍କିତ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋୟଲ

ତାଙ୍କ ଦୁଇଦିନିଆ ଯାତ୍ରା (8–9 ଜାନୁଆରୀ) ସମୟରେ ସେଫ୍କୋଭିକଙ୍କ ସହ ସାକ୍ଷାତ କରିବେ। ଜଣେ

ଅଧିକାରୀ କହିଛନ୍ତି, “କେନ୍ଦ୍ରୀୟ

ବାଣିଜ୍ୟ ମନ୍ତ୍ରୀ 7 ଜାନୁଆରୀରେ ଲିକ୍ଟେନଷ୍ଟାଇନ ଯାତ୍ରା କରିବେ ଏବଂ ପରେ 8 ଓ 9 ଜାନୁଆରୀରେ

ବ୍ରୁସେଲ୍ସରେ ବ୍ୟାପାର ଆଲୋଚନା ପାଇଁ ରହିବେ।”

ଉଲ୍ଲେଖନୀୟ ଯେ କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଏହି

ଯାତ୍ରା ଭାରତ–ଇଉରୋପୀୟ ସଂଘ ମୁକ୍ତ ବ୍ୟାପାର ଚୁକ୍ତିଆଲୋଚନାର ଏକ

ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ହେଉଛି। ଦୁଇ ପକ୍ଷ ସଘନ ଭାବେ ଏକ ବ୍ୟାପକ, ସନ୍ତୁଳିତ ଓ

ପାରସ୍ପରିକ ଲାଭଦାୟକ ପ୍ରସ୍ତାବିତ ବ୍ୟାପାର ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବା ପ୍ରୟାସକୁ

ତ୍ୱରାନ୍ୱିତ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande