ନଦିଆରେ କୁହୁଡି ପାଇଁ ବିଗିଡିଲା ପିଏମ ମୋଦିଙ୍କ କାର୍ଯ୍ୟକ୍ରମ, କୋଲକାତାରୁ ଦେଲେ ଭର୍ଚୁଆଲ ବାର୍ତ୍ତା
କୋଲକାତା, 20 ଡିସେମ୍ବର (ହି.ସ.)- ଖରାପ ପାଗ ଏବଂ ଘନ କୁହୁଡ଼ି ଯୋଗୁ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ତାହେରପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ତାହେରପୁରର
ମୋଦିଙ୍କ ସଭାରେ ପହଂଚିଥିବା ମହିଳା


କୋଲକାତା, 20 ଡିସେମ୍ବର (ହି.ସ.)- ଖରାପ ପାଗ ଏବଂ ଘନ କୁହୁଡ଼ି ଯୋଗୁ ପଶ୍ଚିମବଙ୍ଗର ନଦିଆ

ଜିଲ୍ଲାର ତାହେରପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ

ସମ୍ପୂର୍ଣ୍ଣ ହୋଇପାରିନାହିଁ। ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ତାହେରପୁରର

ସଭାସ୍ଥଳ ନିକଟରେ ନିର୍ମିତ ହେଲିପ୍ୟାଡ୍‌ ପାଖକୁ ପହଞ୍ଚିଥିଲେ ମଧ୍ୟ ଅବତରଣ କରିପାରିଲା ନାହିଁ, ଯାହା ଫଳରେ ତାଙ୍କୁ

ପୁଣି କୋଲକାତାକୁ ଫେରିବାକୁ ପଡ଼ିଲା। ପରେ ପ୍ରଧାନମନ୍ତ୍ରୀ କୋଲକାତାରୁ ଅଡିଓ ବାର୍ତ୍ତା

ମାଧ୍ୟମରେ ତାହେରପୁରର ସଭାସ୍ଥଳରେ ଏକତ୍ରିତ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ବାୟୁସେନାର

ହେଲିକପ୍ଟର ଯୋଗେ ଦମଦମ୍‌ ଅବସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋସ୍‌ ଆନ୍ତର୍ଜାତୀୟ ବିମାନବନ୍ଦରରୁ

ତାହେରପୁରକୁ ଯାତ୍ରା କରିଥିଲେ। କିନ୍ତୁ ସଭାସ୍ଥଳ ନିକଟରେ ଖରାପ ଦୃଶ୍ୟମାନତା ଏବଂ ଘନ କୁହୁଡ଼ି

ହେତୁ ହେଲିକପ୍ଟରର ଲ୍ୟାଣ୍ଡିଂ ସମ୍ଭବ ହୋଇନଥିଲା। ସୁରକ୍ଷା କାରଣକୁ ଧ୍ୟାନରେ ରଖି

ହେଲିକପ୍ଟରକୁ ମଧ୍ୟପଥରୁ କୋଲକାତା ବିମାନବନ୍ଦର ଦିଗକୁ ଫେରାଇ ଦିଆଯାଇଥିଲା।

ହେଲିକପ୍ଟରରୁ ଅବତରଣ କରିପାରିନଥିବା ପରେ ପ୍ରଶାସନିକ ସ୍ତରରେ

ପ୍ରଧାନମନ୍ତ୍ରୀଙ୍କୁ ସଡ଼କ ମାର୍ଗରେ ତାହେରପୁରକୁ ନେବା ବିକଳ୍ପ ଉପରେ ଆଲୋଚନା ଆରମ୍ଭ

ହୋଇଥିଲା। ପ୍ରାୟ ୯୦ କିଲୋମିଟର ଦୂରତା ଅତିକ୍ରମ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ଗଭୀର

ସମୀକ୍ଷା କରାଯାଇଥିଲା। କଲ୍ୟାଣୀ ଏକ୍ସପ୍ରେସୱେ ବ୍ୟବହାର କରିବାର ଯୋଜନା ତିଆରି ହୋଇଥିଲା ଏବଂ

୧୨ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ବିକଳ୍ପ ମାର୍ଗ ଭାବେ ପ୍ରସ୍ତୁତ ରଖାଯାଇଥିଲା। ଜିଲ୍ଲା

ଟ୍ରାଫିକ୍ ପୁଲିସ ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ସଂପୃକ୍ତ ଅଧିକାରୀମାନେ ଲଗାତାର

ପରିସ୍ଥିତିର ଆଲୋଚନା କରୁଥିଲେ।

ମାତ୍ରେ ଶେଷରେ ସଡକ ପଥରେ ତାହେରପୁର ଯିବାର ଯୋଜନାକୁ ରଦ୍ଦ

କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରୁ ହିଁ ଅଡିଓ ବାର୍ତ୍ତା

ଜରିଆରେ ତାହେରପୁରର ଜନସଭାକୁ ସଂବୋଧିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande