ସନ୍ଦିଗ୍ଧ ଗତିବିଧି ପରେ ସାମ୍ବା, କିସ୍ତୱାଡା, ରାଜୌରୀରେ ତଲାସୀ ଅଭିଯାନ ଚଳାଇଲେ ସୁରକ୍ଷାବଳ
ଜମ୍ମୁ, 20 ଡିସେମ୍ବର (ହି.ସ.)- ସୁରକ୍ଷାବଳ ଓ ପୋଲିସ ଶୁକ୍ରବାର ବିଳମ୍ବିତରାତିରେ ଜମ୍ମୁ ଅଞ୍ଚଳର ତିନୋଟି ଜିଲ୍ଲା—ସାମ୍ବା, କିସ୍ତୱାଡା ଓ ରାଜୌରୀରେ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଗତିବିଧି ସମ୍ପର୍କିତ ସୂଚନା ପାଇବା ପରେ ତଲାଶି ଅଭିଯାନ ଆରମ୍ଭ କରିଛନ୍ତି। ଅଧିକାରୀମାନେ କହିଛ
ତଲାସୀ ଅଭିଯାନ


ଜମ୍ମୁ, 20 ଡିସେମ୍ବର (ହି.ସ.)- ସୁରକ୍ଷାବଳ ଓ ପୋଲିସ ଶୁକ୍ରବାର ବିଳମ୍ବିତରାତିରେ ଜମ୍ମୁ

ଅଞ୍ଚଳର ତିନୋଟି ଜିଲ୍ଲା—ସାମ୍ବା, କିସ୍ତୱାଡା ଓ ରାଜୌରୀରେ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଗତିବିଧି

ସମ୍ପର୍କିତ ସୂଚନା ପାଇବା ପରେ ତଲାଶି ଅଭିଯାନ ଆରମ୍ଭ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଜିଲ୍ଲାଗୁଡ଼ିକରେ ଘେରାଉ ଓ ତଲାସୀ

ଅଭିଯାନ ଆରମ୍ଭ ହେବା ପରେ ସତର୍କତାକୁ ଆଉ ଅଧିକ ବଢ଼ାଯାଇଛି। ଶୁକ୍ରବାର ରାତିରେ ତିନିଜଣ

ସନ୍ଦେହଜନକ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କିତ ସୂଚନା ଉପରେ କାର୍ଯ୍ୟନୁଷ୍ଠାନ କରି ପୋଲିସ ଓ

ସୁରକ୍ଷାବଳର ସଂଯୁକ୍ତ ଟିମ୍ ସାମ୍ବା ଜିଲ୍ଲାର ଘଘୱାଲ ଅଞ୍ଚଳରେ ତଲାଶି ଅଭିଯାନ ଆରମ୍ଭ

କରିଥିଲେ। ସେମାନେ କହିଛନ୍ତି ଯେ ସେନା ଏହି ଅଞ୍ଚଳକୁ ଘେରାଉ କରିଛି ଏବଂ ଶନିବାର ମଧ୍ୟ ତଲାଶି

ଅଭିଯାନ ଜାରି ରହିଛି।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସୁରକ୍ଷାବଳ ଶୁକ୍ରବାର କିସ୍ତୱାଡା

ଜିଲ୍ଲାର ସିଂହପୁରା ଅଞ୍ଚଳରେ ମଧ୍ୟ ଗଭୀର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ରାଜୌରୀ ଜିଲ୍ଲାରେ

ଥାନ୍ନାମଣ୍ଡି ଓ ମଞ୍ଜାକୋଟ ଉପଜିଲ୍ଲା ମଧ୍ୟରେ ଅବସ୍ଥିତ କିଛି ଗ୍ରାମରେ ସନ୍ଦେହଜନକ

ବ୍ୟକ୍ତିମାନଙ୍କ ଗତିବିଧି ସୂଚନା ମିଳିବା ପରେ ସୁରକ୍ଷାବଳ ଏକ ବ୍ୟାପକ ତଲାଶି ଅଭିଯାନ ଆରମ୍ଭ

କରିଛନ୍ତି।

ସେମାନେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନା ପରେ ଭାରତୀୟ

ସେନା ମଧ୍ୟ ଏହି ଅଞ୍ଚଳରେ ଏକ ବଡ଼ ପରିସରର ତଲାଶି ଅଭିଯାନ ଆରମ୍ଭ କରିଛି, ସମ୍ପୂର୍ଣ୍ଣ

ଅଞ୍ଚଳକୁ ଘେରାଉ କରାଯାଇଛି ଏବଂ ଲଗାତାର ତଲାଶି ଚାଲୁ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande