
ମାଲକାନଗିରି, ୨୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ବାଲିମେଳା ଜବାହାର ନବୋଦୟ ବିଦ୍ୟାଳୟରୁ ଆସିଲା ସାଙ୍ଘାତିକ ଅଭିଯୋଗ। ନବମ ଶ୍ରେଣୀର ୫ ଜଣ ପିଲାଙ୍କୁ ନିର୍ଯାତନା ଦେଇଛନ୍ତି ଯୁକ୍ତ ଦୁଇର ପ୍ରଥମ ବର୍ଷର କିଛି ଛାତ୍ର। ମଙ୍ଗଳବାର ଦିନ ଏହି ବିଦ୍ୟାଳୟରେ ନବମ ଶ୍ରେଣୀର କିଛି ଛାତ୍ର ମାନଙ୍କ ମଧ୍ୟରେ ଏକ ଟ୍ୟାବଲେଟକୁ ନେଇ ଲୁଚକାଳି ହୋଇଥିଲା, ତାହାକୁ ନେଇ ଯୁକ୍ତ ୨ ପ୍ରଥମ ବର୍ଷର କିଛି ଛାତ୍ର ନବମ ଶ୍ରେଣୀର ୫ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ଓ ବିଭିନ୍ନ ପ୍ରକାରର କାମ କରାଇ ସେମାନଙ୍କୁ ପିଇବା ପାଣି ପାଇଁ ମଧ୍ୟ ରାତି ତମାମ ନିର୍ଯାତନା ଦେଇଥିଲେ। ଏ ପର୍ଯ୍ୟନ୍ତ ଘଟଣାକୁ ୩ ଦିନ ବିତିଗଲା କିନ୍ତୁ କାହାର ଗାଲ ଫୁଲିଛି ତ କାହାର ପିଠି ଫାଟିଛି ତ ଆଉ କିଏ ଚାଲି ପାରୁନି..ଏପଟେ କିଛି ଅଭିଭାବକଙ୍କୁ ଘଟଣା ଜଣାପଡିବା ପରେ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। କିନ୍ତୁ ଏ ବାବଦରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ ପରେ ଘଟଣାଟିକୁ ଚାପିବା ପାଇଁ କିଛି ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ । ଏପଟେ ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ। ସେପଟେ ହଷ୍ଟେଲ ୱାର୍ଡ଼ନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ନାନା ଅଭିଯୋଗ ଆଣିଛନ୍ତି ସବୁ ଜାଣି ଓ ହଷ୍ଟେଲ ୱାର୍ଡନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ନିର୍ଯାତିତ ଛାତ୍ର। ସ୍କୁଲର ହଷ୍ଟେଲ ୱାର୍ଡନ, ଅଧ୍ୟକ୍ଷ ଓ ଖେଳ ଶିକ୍ଷକଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଅଭିଭାବକ। କାରଣ ଦୀର୍ଘ ଦିନ ହେଲା ଛାତ୍ର ମାନେ ଖେଳ ଶିକ୍ଷକଙ୍କୁ ଏ ବାବଦରେ ଅବଗତ କରିଥିଲେ ମଧ୍ୟ ସେ କୌଣସି କର୍ଣ୍ଣପାତ ନକରି ଓଲଟା ବରିଷ୍ଠ ଛାତ୍ର ମାନଙ୍କ ପକ୍ଷ ମଧ୍ୟ ନେଉଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ