ମାଲାୟଲମ ସିନେମାର ପ୍ରସିଦ୍ଧ ଅଭିନେତା ଶ୍ରୀନିବାସନଙ୍କ ବିୟୋଗ
ମୁମ୍ବାଇ, 20 ଡିସେମ୍ବର (ହି.ସ.)- ମାଲୟଲମ ସିନେମାର ଦିଗ୍ଗଜ ଅଭିନେତା, ପଟକଥା ଲେଖକ ଓ ନିର୍ଦ୍ଦେଶକ ଶ୍ରୀନିବାସନ 69 ବର୍ଷ ବୟସରେ ଶନିବାର ପରଲୋକ ପ୍ରାପ୍ତ କରିଛନ୍ତି। ତାଙ୍କ ଦୀର୍ଘ ଓ ଗୌରବମୟ କ୍ୟାରିୟରରେ ସେ ପ୍ରାୟ 225ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, କିନ୍ତୁ ସାମାଜିକ
ଶ୍ରୀନିବାସ


ମୁମ୍ବାଇ, 20 ଡିସେମ୍ବର (ହି.ସ.)- ମାଲୟଲମ ସିନେମାର ଦିଗ୍ଗଜ ଅଭିନେତା, ପଟକଥା ଲେଖକ ଓ

ନିର୍ଦ୍ଦେଶକ ଶ୍ରୀନିବାସନ 69 ବର୍ଷ ବୟସରେ ଶନିବାର ପରଲୋକ ପ୍ରାପ୍ତ କରିଛନ୍ତି। ତାଙ୍କ ଦୀର୍ଘ

ଓ ଗୌରବମୟ କ୍ୟାରିୟରରେ ସେ ପ୍ରାୟ 225ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, କିନ୍ତୁ ସାମାଜିକ ଓ

ରାଜନୈତିକ ବ୍ୟଙ୍ଗରେ ପୂର୍ଣ୍ଣ ତାଙ୍କର ଲେଖନୀ ପାଇଁ ସେ ସବୁଠାରୁ ବେଶି ପରିଚିତ ଥିଲେ। ତାଙ୍କର

କାହାଣୀ ଓ ସଂଳାପ ସାଧାରଣ ମଣିଷଙ୍କ ଜୀବନ ସହ ଗଭୀର ଭାବରେ ଜଡିତ ଥିଲା, ଯାହା ଦର୍ଶକଙ୍କ

ଉପରେ ଗଭୀର ପ୍ରଭାବ ଛାଡ଼ିଥିଲା। ବିଶେଷକରି ସୁପରଷ୍ଟାର ମୋହନଲାଲଙ୍କ ସହ ତାଙ୍କ ଯୋଡି ମାଲୟାଲମ

ସିନେମାକୁ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଥିଲା।

ଶ୍ରୀନିବାସନ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। 20 ଡିସେମ୍ବର 2025

ରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ତ୍ରିପୁନିଥୁରା ତାଲୁକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ

କରିଛନ୍ତି। ତାଙ୍କର ସ୍ତ୍ରୀ ବିମଳା ଏବଂ ଦୁଇ ପୁଅ—ଅଭିନେତା-ନିର୍ଦ୍ଦେଶକ ବିନୀତ ଶ୍ରୀନିବାସନ ଓ

ଧ୍ୟାନ ଶ୍ରୀନିବାସନ ଅଛନ୍ତି । ତାଙ୍କ ପରଲୋକ ସମ୍ବାଦରେ ଫ୍ୟାନ୍‌ମାନେ ଓ ସିନେମା ଜଗତରେ ଶୋକର

ଛାୟା ଛାଇଯାଇଛି ଏବଂ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande