
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ସଶସ୍ତ୍ର ସୀମାବଳ ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଶସ୍ତ୍ର ସୀମା ବଳର ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ।
ସୀମା ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅଦମ୍ୟ ନିଷ୍ଠା ସହ ଦେଶ
ସେବାରେ ନିଯୁକ୍ତ ଏସ୍ଏସ୍ବି କର୍ମଚାରୀମାନଙ୍କର ସାହସ, ଶିସ୍ତ ଓ ସମର୍ପଣ ବାସ୍ତବରେ ପ୍ରଶଂସନୀୟ। ଦେଶ ପାଇଁ
ନିଷ୍କାମ ସେବା ଦେଇଆସୁଥିବା ସମସ୍ତ ସାହସୀ କର୍ମଚାରୀଙ୍କୁ ସାଦର ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା