
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର
ସାମନ୍ତ ରାୟଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଜଗତସିଂହପୁର ସଦର ଥାନା
ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ
ସରକାରୀ ବାସ ଭବନ ଓ ତିର୍ତ୍ତୋଲ ଥାନା ସାମନ୍ତରାୟ ପୁର ଗାଁ ସ୍ଥିତ ପୈତୃକ ବାସଭବନ ଆଦି 4ଟି ସ୍ଥାନରେ ଏକା
ସାଙ୍ଗରେ ଚଢ଼ାଉ ଜାରି ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ବାସ ବୁକ ଜବତ
ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ ହୋଇଥିବାର ଜଣାଯାଇଛି। ରାତି ୩ଟା ରୁ 4 ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ବେଳେ ଦିନ 12 ଟା ବେଳ ସୁଦ୍ଧା 200 ଗ୍ରାମ ସୁନା, 3 ଲକ୍ଷ 80 ହଜାର ଟଙ୍କା ନଗଦ
କ୍ୟାସ, ଜଗତସିଂହପୁର ରେ 2 ଟା ପ୍ଲଟ ଓ କଟକରେ
ଗୋଟିଏ ପ୍ଲଟ ଠାବ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ 50 ଲକ୍ଷ ଟଙ୍କାରୁ
ଉର୍ଦ୍ଧ ବ୍ୟାଙ୍କ ଜମାରାଶି ଥିବାର ମଧ୍ୟ ଠାବ କରାଯାଇଛି । ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପାୟ 3କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା
ଦିଆଯାଇଛି । ଆରପରେ ଆଉ ଅଧିକ ତଦନ୍ତ ପରେ ଆଉ କେତେ ସମ୍ପତି ରହିଛି ତାହା ଆଗକୁ ଜଣାପଡିବ ବୋଲି
ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଚଢ଼ାଉ ସମୟରେ ଭିଜିଲାନ୍ସ ଦ୍ୱାରା ଅଟକ ଥିବା ରେଞ୍ଜର
ରାଜେନ୍ଦ୍ର କୁମାର ସାମନ୍ତରାୟ ଙ୍କୁ କଟକ ନିଆଯାଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି ।
ଚଢ଼ାଉ ସମୟରେ 2 ଅତିରିକ୍ତ ଏସପି, 5 ଜଣ ଡିଏସପି, 8 ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା