
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.)- ଅନ୍ତର୍ଜାତୀୟ ମାନବ ସଂହତି ଦିବସର ଶୁଭେଚ୍ଛା
ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି
ପରିଡା କହିଛନ୍ତି ଯେ, ବିଶ୍ୱ ଭାତୃତ୍ୱ ସଂସ୍କୃତିରେ ବିଶ୍ୱାସ କରନ୍ତି ଭାରତୀୟ ।“ଅନ୍ତର୍ଜାତୀୟ
ମାନବ ସଂହତି ଦିବସ” ଅବସରରେ ଆସନ୍ତୁ ଏହି ମହାନ ବାର୍ତ୍ତାକୁ ଜୀବନର ସଂକଳ୍ପ ଭାବେ ଆପଣାଇ ଏକ
ସଶକ୍ତ ଓ ସୁଦୃଢ଼ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା