ବିହାରର ଭାରତ-ନେପାଳ ସୀମାନ୍ତରେ ରକ୍ସୌଲରୁ ସେନାର ପଳାତକ ନାର୍କୋ-ଆତଙ୍କବାଦୀ ଗିରଫ
ପୂର୍ବ ଚମ୍ପାରଣ, ୨୧ ଡିସେମ୍ବର (ହି.ସ.)- ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଭାରତ-ନେପାଳ ସୀମାନ୍ତରେ ଅବସ୍ଥିତ ରକ୍ସୌଲରେ ଏକ ପ୍ରମୁଖ ନାର୍କୋ-ଆତଙ୍କବାଦ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି । ପଞ୍ଜାବ ପୋଲିସର ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍ (ଏସଏସଓସି), ହରୈୟା ପୋଲିସ ଷ୍ଟେସନ୍ ସହିତ ମିଳିତ ଭାବ
ବିହାରର ଭାରତ-ନେପାଳ ସୀମାନ୍ତରେ ରକ୍ସୌଲରୁ ସେନାର ପଳାତକ ନାର୍କୋ-ଆତଙ୍କବାଦୀ ଗିରଫ


ପୂର୍ବ ଚମ୍ପାରଣ, ୨୧ ଡିସେମ୍ବର (ହି.ସ.)- ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଭାରତ-ନେପାଳ ସୀମାନ୍ତରେ ଅବସ୍ଥିତ ରକ୍ସୌଲରେ ଏକ ପ୍ରମୁଖ ନାର୍କୋ-ଆତଙ୍କବାଦ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି । ପଞ୍ଜାବ ପୋଲିସର ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍ (ଏସଏସଓସି), ହରୈୟା ପୋଲିସ ଷ୍ଟେସନ୍ ସହିତ ମିଳିତ ଭାବରେ ଭାରତୀୟ ସେନାର ଜଣେ ପଳାତକ ଯବାନ ଏବଂ ତାଙ୍କ ସହଯୋଗୀକୁ ଗିରଫ କରିଛି ।

ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବଙ୍କ ଅନୁଯାୟୀ, ଏସଏସଓସି ମୋହାଲି ଦଳ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଭାରତ-ନେପାଳ ସୀମାରେ ଅବସ୍ଥିତ ରକ୍ସୌଲରୁ ପଳାତକ ରାଜବୀର ସିଂହ ଓରଫ ଫୌଜିଙ୍କୁ ଗିରଫ କରିଛି । ସେ ନେପାଳ ଦେଇ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିଲେ । ତାଙ୍କ ଠାରୁ ୫୦୦ ଗ୍ରାମ ହେରୋଇନ୍ ଏବଂ ଏକ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରାଯାଇଛି ।

ପଞ୍ଜାବ ପୋଲିସ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ପୂର୍ବରୁ ରାଜବୀରଙ୍କ ସହଯୋଗୀ ଚିରାଗଙ୍କୁ ଗିରଫ କରିଥିଲା । ଚିରାଗ ପଞ୍ଜାବର ଫାଜିଲକା ଜିଲ୍ଲାର କାଶୀ ରାମ କଲୋନିର ବାସିନ୍ଦା । ତାଙ୍କ ଠାରୁ ୪୦୭ ଗ୍ରାମ ହେରୋଇନ୍ ଏବଂ ଏକ ୯ଏମଏମ ପିସ୍ତଲ ଜବତ କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ, ଚିରାଗ ରାଜବୀରଙ୍କ ପାଇଁ କୋରିଅର୍ ଭାବରେ କାମ କରୁଥିଲା ଏବଂ ନିଶାଦ୍ରବ୍ୟ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପଞ୍ଜାବ ପୋଲିସ ଅନୁଯାୟୀ, ରାଜବୀର ସିଂହ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ୨୦୨୫ ମସିହା ଫେବୃଆରୀ ମାସରେ ସେନା ଛାଡିଥିଲେ । ୨୦୨୫ ମସିହାରେ ଅମୃତସର ଗ୍ରାମାଚଂଳର ଘରିଣ୍ଡା ପୋଲିସ ଷ୍ଟେସନରେ ସରକାରୀ ଗୁପ୍ତ ଆଇନ ଅନୁଯାୟୀ ପଞ୍ଜିକୃତ ଏକ ଗୁପ୍ତଚର ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande