ଜୋହାନ୍ସବର୍ଗରେ ପଥଚାରୀଙ୍କ ଉପରକୁ ଗୁଳିକାଣ୍ଡ, 10 ମୃତ
ଜୋହାନ୍ସବର୍ଗ, 21 ଡିସେମ୍ବର (ହି.ସ.)- ରାଜଧାନୀ ଜୋହାନ୍ସବର୍ଗ ନିକଟବର୍ତ୍ତୀ ଗୋଟିଏ ଆବାସିକ ଅଞ୍ଚଳରେ ଅଜଣା ବନ୍ଧୁକଧାରୀମାନେ ପଥଚାରୀମାନଙ୍କ ଉପରେ ଗୁଳିବର୍ଷା କରିବାରୁ ୧୦ ଜଣଙ୍କୁ ମୃତ୍ୟୁ ହୋଇଛି । ଏହି ଗୁଳିବର୍ଷା ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା
ଆକ୍ରମଣ


ଜୋହାନ୍ସବର୍ଗ, 21 ଡିସେମ୍ବର (ହି.ସ.)- ରାଜଧାନୀ ଜୋହାନ୍ସବର୍ଗ ନିକଟବର୍ତ୍ତୀ ଗୋଟିଏ

ଆବାସିକ ଅଞ୍ଚଳରେ ଅଜଣା ବନ୍ଧୁକଧାରୀମାନେ ପଥଚାରୀମାନଙ୍କ ଉପରେ ଗୁଳିବର୍ଷା କରିବାରୁ ୧୦

ଜଣଙ୍କୁ ମୃତ୍ୟୁ ହୋଇଛି । ଏହି ଗୁଳିବର୍ଷା ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା

ୱେଷ୍ଟ ରାଣ୍ଡ ଅଞ୍ଚଳର ବେକର୍ସଡେଲରେ ଘଟିଛି।

ଦକ୍ଷିଣ ଆଫ୍ରିକାର ସମ୍ବାଦପତ୍ର ଟାଇମ୍ସ ଲାଇଭ୍ ଓ ଟିଏନଟି ୱର୍ଲ୍ଡର

ଖବର ଅନୁଯାୟୀ, ପୋଲିସ ମୁଖପାତ୍ର

ବ୍ରିଗେଡିୟର ଏଥଲେଣ୍ଡା ମାଥେ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଜଣା ବନ୍ଧୁକଧାରୀମାନେ

ରାସ୍ତା ଉପରେ ଏହି ନିର୍ମମ ଆକ୍ରମଣ କରିଥିଲେ। ପୋଲିସ କହିଛି ଯେ ଗୁଳିବର୍ଷାର ଉଦ୍ଦେଶ୍ୟ

ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande