
ଇନ୍ଦୋର, 21 ଡିସେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆଜି ମଧ୍ୟପ୍ରଦେଶର ଦିନିକିଆ
ଗସ୍ତରେ ଇନ୍ଦୋର ଆସୁଛନ୍ତି। ସେଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ
ବାଜପେୟୀଙ୍କ ୧୦୦ତମ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ “ଶୂନ୍ୟ ଠାରୁ ଶତକ” କାର୍ଯ୍ୟକ୍ରମରେ ସେ
ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ
ମୁଖ୍ୟମନ୍ତ୍ରୀ ଡ଼ା. ମୋହନ ଯାଦବ ମଧ୍ୟ ଭାଗ ନେବେ। କାର୍ଯ୍ୟକ୍ରମରେ ଚାରିଜଣ ବିଦ୍ୱାନଙ୍କୁ
“ଅଟଳ ଅଲଙ୍କରଣ” ପୁରସ୍କାରରେ ସମ୍ମାନିତ କରାଯିବ।
ଅଟଳ ଫାଉଣ୍ଡେସନର ଅଧ୍ୟକ୍ଷା ମାଳା ବାଜପେୟୀ ତିୱାରୀ କହିଛନ୍ତି ଯେ, ଏହି ବର୍ଷ ସାରା
ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେହି କ୍ରମରେ, ବର୍ଷ ସମାପ୍ତି
ପୂର୍ବରୁ ଆଜି ଇନ୍ଦୋରର ଡେଲି କଲେଜର ଧୀରୁଭାଇ ଅମ୍ବାନୀ ସଭାଗୃହରେ ଏକ ଭବ୍ୟ କାର୍ଯ୍ୟକ୍ରମ
ଆୟୋଜନ କରାଯାଇଛି।
“ଶୂନ୍ୟ ଠାରୁ ଶତକ” ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର
ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ, ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡ଼ା. ମୋହନ ଯାଦବ
ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା