
ଜମ୍ମୁ, ୨୧ ଡିସେମ୍ବର (ହି.ସ.)- ଜମ୍ମୁ ଏବଂ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଗାଁର ଏକ ଘରୁ ଆତଙ୍କବାଦୀମାନେ ଖାଦ୍ୟ ନେଇଥିଲେ । ଏହାପରେ ସେମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି । ଏହି ସୂଚନାକୁ ଭିତି କରି ସୁରକ୍ଷା ବାହିନୀ ଏକ ତଲାସୀ ଅଭିଯାନ ଆରମ୍ଭ କରିଛି ।
ଅଧିକାରୀମାନେ କହିଛନ୍ତି ଯେ, ମାଜଲତା ଅଂଚଳର ଚୋର ମୋଟୁ ଏବଂ ଆଖପାଖ ଜଙ୍ଗଲ ଘେରା ଗ୍ରାମଗୁଡ଼ିକରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ଏକ ମିଳିତ ତଲାସୀ ଅଭିଯାନ ପୂର୍ବରୁ ଚାଲିଛି । ଏହି ସ୍ଥାନଟି ପୂର୍ବ ଏନକାଉଂଟର ସ୍ଥାନରୁ ପ୍ରାୟ ୫ କିଲୋମିଟର ପଶ୍ଚିମରେ ଅବସ୍ଥିତ ଯେଉଁଥିରେ ଜଣେ ପୋଲିସ ସହିଦ ହୋଇଥିଲେ । ଶନିବାର ବିଳମ୍ବିତ ରାତିରେ, ଗୁଇନ୍ଦା ରିପୋର୍ଟରୁ ସୂଚିତ ହୋଇଛି ଯେ ସନ୍ଧ୍ୟା ପ୍ରାୟ ୬ଟା ୩୦ ସମୟରେ ଦୁଇ ଜଣ ଅଜ୍ଞାତ ଆତଙ୍କବାଦୀ ଚୋର ମୋଟୁ ଗ୍ରାମର ମଙ୍ଗତୁ ରାମଙ୍କ ଘରକୁ ଯାଇ ଖାଦ୍ୟ ନେଇଥିଲେ । ଏହି ସୂଚନା ପରେ, ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀକୁ ତୁରନ୍ତ ନିୟୋଜିତ କରାଯାଇଥିଲା, କିନ୍ତୁ ଆତଙ୍କବାଦୀମାନଙ୍କୁ ଧରି ପାରି ନଥିଲେ ।
ଅଧିକାରୀମାନେ କହିଛନ୍ତି ଯେ ଗାଁ ନିକଟବର୍ତୀ ଜଙ୍ଗଲ ଅଂଚଳକୁ ଘେରାବନ୍ଦୀ କରାଯାଇଥିଲା, ଏବଂ ରବିବାର ଦିନ ସକାଳେ ପ୍ରଥମ ଆଲୋକ ସହିତ, ଆତଙ୍କବାଦୀମାନଙ୍କୁ ଖୋଜିବା ଏବଂ ନିପାତ କରିବା ପାଇଁ ବିଭିନ୍ନ ଦିଗରୁ ଏକକାଳୀନ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ