ରେଲୱେ ଭଡା ବୃଦ୍ଧିକୁ କଂଗ୍ରେସର ନିନ୍ଦା
ନୂଆଦିଲ୍ଲୀ, 21 ଡିସେମ୍ବର (ହି.ସ)- କଂଗ୍ରେସ କେନ୍ଦ୍ର ସରକାର ଦ୍ୱାରା ଡିସେମ୍ବର 26ରୁ ରେଳଯାତ୍ରୀ ଭାଡ଼ା ବଢ଼ାଇବା ନିଷ୍ପତ୍ତିକୁ କଠୋର ଭାବେ ନିନ୍ଦା କରିଛି। କଂଗ୍ରେସର ଅଭିଯୋଗ ହେଉଛି ଯେ ବଜେଟ୍‌ ପୂର୍ବରୁ କିଛି ସପ୍ତାହ ଆଗରୁ ଭଡ଼ା ବଢ଼ାଇବା ନିଷ୍ପତ୍ତି ଭୁଲ ଏବଂ
ପବନ ଖେଡା


ନୂଆଦିଲ୍ଲୀ, 21 ଡିସେମ୍ବର (ହି.ସ)- କଂଗ୍ରେସ କେନ୍ଦ୍ର ସରକାର

ଦ୍ୱାରା ଡିସେମ୍ବର 26ରୁ ରେଳଯାତ୍ରୀ ଭାଡ଼ା ବଢ଼ାଇବା ନିଷ୍ପତ୍ତିକୁ କଠୋର ଭାବେ ନିନ୍ଦା

କରିଛି। କଂଗ୍ରେସର ଅଭିଯୋଗ ହେଉଛି ଯେ ବଜେଟ୍‌ ପୂର୍ବରୁ କିଛି ସପ୍ତାହ ଆଗରୁ ଭଡ଼ା ବଢ଼ାଇବା

ନିଷ୍ପତ୍ତି ଭୁଲ ଏବଂ ଏହାକୁ ଚୁପଚାପ, ଅନଧିକୃତ ଭାବେ ସର୍କୁଲେଟ୍‌ କରାଯାଇଛି।

କଂଗ୍ରେସ ମିଡିଆ ବିଭାଗର ପ୍ରମୁଖ ପବନ ଖେଡ଼ା ସୋସିଆଲ ମିଡିଆ

ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି ଯେ ଆଜି ସକାଳେ ସରକାର ପକ୍ଷରୁ ସାମ୍ବାଦିକମାନଙ୍କୁ ଏହି

ସମ୍ପର୍କରେ ଗୋଟିଏ ନୋଟ୍‌ ବଣ୍ଟନ କରାଯାଇଥିଲା। ବଜେଟ୍‌ ପୂର୍ବରୁ ରେଳ ଭଡ଼ା ବଢ଼ାଇବା ଭୁଲ ଏବଂ

ଏଭଳି ଭାବରେ କୌଣସି ଆଧିକାରିକ ଘୋଷଣା ବିନା ସୂଚନା ସର୍କୁଲେଟ୍‌ କରିବା ମୋଦି ସରକାରଙ୍କ

କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande