
ଚମ୍ପୁଆ, ୨୬ ଡିସେମ୍ବର (ହି.ସ.) - ଲଘୁଖଣିଜ ବିଭାଗର ଚଢ଼ାଉରେ ଚମ୍ପୁଆ ତହସିଲ ପତଳା ଅରଡେଇ ବାଲିଘାଟରେ ୩ ଟି ଟ୍ରାକ୍ଟର ଜବତ ହୋଇଛି । ଚମ୍ପୁଆ ତହସିଲ ପତଳା ସ୍ଥିତ ଅରଡେଇ ନଦୀରୁ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବାରୁ ଆଜି ଗ୍ରାମ ବାସୀ ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ଗୁଡ଼ିକୁ ଅଟକ ରଖି ଲଘୁଖଣିଜ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଲଘୁ ଖଣିଜ ବିଭାଗ ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ଅଟକ ରଖିଥିବା ତିନୋଟି ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତି ମାନେ ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ସୂଚନାଯୋଗ୍ୟକି ଚମ୍ପୁଆ ତହସିଲର ବିଭିନ୍ନ ବାଲି ଉତ୍ସରୁ ବ୍ୟାପକ ବାଲି ଚୋରା ଚାଲାଣ ହେବା ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଲଘୁଖଣିଜ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଗାଡି ଅଟକ ରଖି ବିଭାଗକୁ ସୂଚନା ଦେଇଥିବା ଦେଖିବାକୁ ମିଳୁଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta