ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ
Odisha, 26 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି I ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ I ସରକାରଙ୍କ ସେବାକୁ ଜନତ
ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ


Odisha, 26 ଡିସେମ୍ବର (ହି.ସ.)

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି I ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ I ସରକାରଙ୍କ ସେବାକୁ ଜନତାଙ୍କ ନିକଟତର କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ତେଣୁ ସୁଶାସନ ଦିବସରେ ଆମେ ସମସ୍ତେ ପ୍ରତିଜ୍ଞା କରିବା ଯେ, ଆମର କାର୍ଯ୍ୟ, ଆମର ସେବା ଓ ଆମର ଦୃଷ୍ଠିକୋଣ ସଦା ପାରଦର୍ଶୀ, ଉତ୍ତରଦାୟୀ ଓ ସମାଜମୁଖୀ ରହିବ । ଶ୍ରୀ ବାଜପେୟୀଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଲୋକଙ୍କ ସେବାରେ ନିୟୋଜିତ ହେବା ବୋଲି ଉପସ୍ଥିତ ଅତିଥିଗଣ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଡେପୁଟି କଲେକ୍ଟର ପ୍ରଶାନ୍ତ ମହାପାତ୍ର, ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର, ସହାୟକ ଜିଲ୍ଲାପାଳ ସସ୍ମିତା ପ୍ରଧାନ, ସହାୟକ ଜିଲ୍ଲାପାଳ ସରିତା ରାଣୀ ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡ଼. ଅନୁପମା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାଇକା ତଥା ଅନନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ଓ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପରିଚାଳନା କରିଥିଲେ I

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande