ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ
ମାଲକାନଗିରି, ୨୬ ଡିସେମ୍ବର (ହି.ସ.)- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବହୁ ଆଡମ୍ବର ସହ ପ
ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ


ମାଲକାନଗିରି, ୨୬ ଡିସେମ୍ବର (ହି.ସ.)- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବହୁ ଆଡମ୍ବର ସହ ପାଳନ କରାଯାଇଛି । ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିବା ସହ ବିଜେଡିର ୨୮ ବର୍ଷ ପୂରଣ କରି ୨୯ ବର୍ଷରେ ପଦାର୍ପଣ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ ।

ଡିସେମ୍ବର ୨୬ ତାରିଖରେ ଓଡ଼ିଶାବାସୀ ଏବଂ ଓଡ଼ିଆଙ୍କ ପ୍ରିୟ ଆଞ୍ଚଳିକ ରାଜନୈତିକ ଦଳ ବିଜୁ ଜନତା ଦଳ ତା'ର ୨୮ ବର୍ଷ ପୂରଣ କରି ୨୯ ବର୍ଷରେ ପଦାର୍ପଣ କରିଛି । ବିଗତ ୨୮ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନଗଣଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରିଆସୁଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶାର ସବୁ କ୍ଷେତ୍ରରେ ଏବଂ ସବୁ ବର୍ଗର ଲୋକମାନଙ୍କ ବିକାଶ ପାଇଁ ବିଜେଡ଼ିର ପ୍ରତିବଦ୍ଧତା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ, ଶୁଭେଚ୍ଛା ପାଇଆସିଛି । ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ପର୍ଯ୍ୟନ୍ତ ଲୋକ ମାନଙ୍କର ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥି ମାନଙ୍କ ନିଷ୍ଠା ଓ ମନୋଭାବ ଆଜି ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଛି । ସାମ୍ପ୍ରତିକ ପରିସ୍ଥିତିରେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶା ବିକାଶର ଆଭିମୁଖ୍ୟକୁ ଆଗେଇନେବା ସହିତ ବିଭିନ୍ନ ଜନସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ଜନ ସାଧାରଣଙ୍କୁ ସଚେତନ କରେଇବା ଓ ଓଡିଶାର ତଥା ଲୋକଙ୍କର ସ୍ଵାର୍ଥକୁ ନେଇ ସ୍ଵର ଉତ୍ତୋଳନ କରିବ । ଓଡିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା'ର କାର୍ଯ୍ୟକ୍ରମ ଜାରି ରଖିଛି । ଦରଦାମ ବୃଦ୍ଧି, ମହିଳା ନିର୍ଯାତନା, ଯୁବଛାତ୍ରଙ୍କ ପ୍ରତି ବିମୁଖତା, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ଅବିଚାର, ଆଇନଶୃଙ୍ଖଳା ସ୍ଥିତିର ଅବନତି, ଆର୍ଥିକ କୁପରିଚାଳନା, ଓଡ଼ିଶାର ସ୍ଵାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ତଥା ପୋଲାଭରମ ଓ ମହାନଦୀ ସମ୍ପର୍କରେ ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହେବା ସମ୍ପର୍କରେ ବିଜେଡି ବିଧାନସଭା, ରାଜ୍ୟସଭା ଓ ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିଆସୁଛି । ବିଜେପି ସରକାରର କୃଷକ ବିରୋଧୀ ନୀତି, ସାସ୍ଥ୍ୟ, ଶିକ୍ଷା ପ୍ରଭୃତ କ୍ଷେତ୍ରରେ ବିଫଳତା ବିରୁଦ୍ଧରେ ଜନକ୍ଷୋଭକୁ ବିଜେଡି ଉତ୍‌ଥାପନ କରିଚାଲିଛି । ସଂପ୍ରତି ଚାଷୀ ଠାରୁ ଧାନ ସଂଗ୍ରହରେ ସରକାରର ବିଫଳତା ପ୍ରସଙ୍ଗରେ ବିଜେଡି ସ୍ୱର ଉତ୍ତୋଳନ କରୁଛି । ଆଜିର କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ ବହୁ ବିଜେଡି ମହିଳା ନେତ୍ରୀ ବିଜୁ ଜନତା ଦଳକୁ କିପରି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ୱାନ କରାଗଲା ।

ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲା ବିଜେଡି ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ବରିଷ୍ଠ ବିଜେଡି ନେତା ଘନଶ୍ୟାମ ମାଡକାମୀ, ବରିଷ୍ଠ ନେତା ଡଃ. କାମରାଜ କବାସୀ, ଯୁବ ନେତା ରବି ରାଜେଶ, ପୌର ଉପାଧ୍ୟକ୍ଷା କବିତା ମହନ୍ତ ପ୍ରମୁଖଙ୍କ ସହ

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ମାଲକାନଗିରି ଏବଂ ଚିତ୍ରୋକୋଣ୍ଡା ନିର୍ବାଚନମଣ୍ଡଳୀର ସମସ୍ତ ନେତୃତ୍ୱ କର୍ମକର୍ତ୍ତା ବୃନ୍ଦ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମସ୍ତ ବ୍ଲକ, ନଗର ଅଧ୍ୟକ୍ଷା ଅଧ୍ୟକ୍ଷ, ସମସ୍ତ ବ୍ଲକ ନଗର ବିଜେଡି ସଭାପତି, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତ ସଭାପତି ତଥା ଯୁବ, ଛାତ୍ର, ମହିଳା ଓ ଅନ୍ୟାନ୍ୟ ସାମ୍ମୁଖ୍ୟର ନେତୃତ୍ବ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ବ୍ଲକ ସଭାପତି ସର୍ବ ବିଶୋଇ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande