ବିଜେଡି ପ୍ରତିଷ୍ଠା ଦିବସ ପାଳନ
ଜୟପୁର, ୨୬ ଡିସେମ୍ବର(ହି.ସ.) – ଜୟପୁର ବିଜୁଜନତା ଦଳ ପକ୍ଷରୁ ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ପାଳନ ପରେ ସମସ୍ତ କର୍ମକର୍ତା ଓ ଚାଷୀ ମାନେ ସିଏସଓ ଅଫିସ ଘେରାଉ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁଜନତା ଦଳ ଉପସଭାପତି ରବି ନାରାୟଣ ନନ୍ଦଙ୍କ ନେତୃତ୍ୱର
ବିଜେଡି ପ୍ରତିଷ୍ଠା ଦିବସ ପାଳନ


ଜୟପୁର, ୨୬ ଡିସେମ୍ବର(ହି.ସ.) – ଜୟପୁର ବିଜୁଜନତା ଦଳ ପକ୍ଷରୁ ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ପାଳନ ପରେ ସମସ୍ତ କର୍ମକର୍ତା ଓ ଚାଷୀ ମାନେ ସିଏସଓ ଅଫିସ ଘେରାଉ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁଜନତା ଦଳ ଉପସଭାପତି ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିଜେଡି କାଉନସିଲର ଓ କର୍ମକର୍ତାମାନେ ବିଜୁରାଜନଗର ଠାରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବାଲା ରାୟ କୋଲୋନୀରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ପୂର୍ବତନ ପେ?ର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ବିଜେଡି ନେତା ବାଲା ରାୟ, ଦୁର୍ଗାପ୍ରସାଦ ମିଶ୍ର, ଆର. ଶ୍ରୀନୁ, ପ୍ରମୁଖ ଉପସ୍ଥିତ ରହି ବିଜୁପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ଦଳ ଗଠନ ବିଷୟରେ ଆଲୋକପାତ କରିଥିଲେ। ବିଜୁବାବୁଙ୍କ ସ୍ୱପ୍ନକୁ ନବୀନ ବାବୁ ପୁରା କରିଛନ୍ତି। ସେହିପରି ନବୀନବାବୁ ଯେଉଁ ସବୁ ସ୍ୱପ୍ନ ଦେଖିଛନ୍ତି ତାହା ବିଜେଡି କର୍ମୀମାନେ ପୁରା କରିବା ଉଚିତ ବୋଲି କହିଥିଲେ। ପରେ ସମସ୍ତ ବିଜେଡି କର୍ମୀ ଓ ଚାଷୀ ମାନେ ମିଶି ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଚାଷୀଙ୍କ ସମସ୍ୟା ଗୁଡିକୁ ନେଇ କର୍ମୀମାନେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଚାଷୀଙ୍କୁ ଟୋକେନ ପ୍ରଦାନ କରିବା, ଚାଷୀଙ୍କ ଧାନ ଉଠାଇବା, ମଣ୍ଡିରେ ଶୀତ କାକରରେ ଚାଷୀ ମାନେ ଧାନ ଆଣି ବସି ରହୁଛନ୍ତି ତେଣୁ ତୁରନ୍ତ ଧାନ ଉଠାଇବା, ସରକାର କଟନୀ ଛଟନୀ ବନ୍ଦ କରିବାକୁ କହିବା ସତ୍ୱେ ମିଲର ମାନେ ୨ରୁ ୩କେଜି ଲେଖାଏଁ କଟନୀ ଛଟନୀ କରୁଥିବା ଯୋଗୁଁ ତାହାକୁ ବନ୍ଦ କରିବା, ଚାଷୀଙ୍କ ଖାଲି ଅଖା ଫେରସ୍ତ କରିବା ଆଦି ଦାବି ଗୁଡିକ ସିଏସଓ ମାନସ ରଞ୍ଜନ ମହାପାତ୍ରଙ୍କୁ ଘେରି ଦାବି ଉପସ୍ଥାପନ କରିଥିଲେ। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍‌ତିରୁ ଧାନ ଉଠିବ ଏବପ୍ସ ସମସ୍ତ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବିଜେଡି କର୍ମୀମାନେ ଧାରଣାରୁ ଉଠିଥିଲେ। ଏହି ଧାରଣା ସମୟରେ ପୌରପାଳିକାର ବିଜେଡି କାଉନସିଲର, ବାଲଙ୍କି ରାଓ, ମାଧବ ରଥ, ହର ମିଶ୍ର, ବିଜେଡି ମହିଳା ସଭାନେତ୍ରୀଙ୍କ ସମେତ ଅନ୍ୟ କର୍ମକର୍ତା ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande