ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ
ନୂଆପଡ଼ା,୨୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଖଡ଼ିଆଳ ନଗର ଅଧ୍ୟକ୍ଷ ଦୀପକ କୁମାର ଖମାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ
Bjd pratistha divas


ନୂଆପଡ଼ା,୨୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଖଡ଼ିଆଳ ନଗର ଅଧ୍ୟକ୍ଷ ଦୀପକ କୁମାର ଖମାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଖଡ଼ିଆଳ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ଚିତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଓ ତନୟା ଶବର, ଜିଲା ମହିଳା ସଭାନେତ୍ରୀ ସରସ୍ୱତୀ ବାଗ, ପୂର୍ବତନ ଖଡ଼ିଆଳ ନଗର ଚେରମେନ ୟାସିନ ମହମ୍ମଦ, ସରପଂଚ ସନ୍ତୋଷ ମିଶ୍ର, ଶ୍ୟାମ ସୁନ୍ଦର କୂଳଦୀପ, ମନ୍ଦାକିନୀ ବଘେଲ, ଯୋଗେନ୍ଦ୍ର ମାଝୀ, ସନ୍ତୋଶିନୀ ସଲମା, କପିଳେନ୍ଦ୍ର ଭୋଇ, ଲିଙ୍ଗରାଜ ଘିଭେଲା, ଖୁଲଣା ବେହେରା, ଦୀପକ କୁମାର ଖମାରୀ ସମେତ ଜିଲା ସଭାପତି, ବ୍ଳକ ସଭାପତି ସମୂହ ମଂଚାସୀନ ରହି ବିଜେଡ଼ି ସରକାର ସମୟରେ ଅନେକ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଂଚି ପାରୁଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଉପରେ ଗର୍ଜିଥିଲେ। ଏହି ବୈଠକରେ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande