
ରାଉରକେଲା, ୨୬ ଡିସେମ୍ବର (ହି.ସ.)- ରାଉରକେଲା ପୁଲିସ ଜିଲ୍ଲାରେ ପୁଣି ଅଭାବନୀୟ ଘଟଣା, ପୁଲିସ ରାତିରେ ପେଟ୍ରୋଲିଂ ନକରି ଶୋଇ ରହୁଛି ବୋଲି ଯାହା ନିକଟରେ ରଘୁନାଥପାଲ୍ଲୀ ବିଜେପି ବିଧାୟକ ଦୁର୍ଗା ତନ୍ତୀ ରାତିସାରା ବୁଲି ଥାନା ଗୁଡିକର ଅବସ୍ଥାକୁ ନେଇ ଯେଉଁ ଭିଡିଓ ଭାଇରାଲ କରିଥିଲେ ସେଥିରେ କିଛି ପରିବର୍ତନ ହୋଇନାହିଁ ବୋଲି ଗତକାଲି ରାତିର ଘଟଣାରୁ ପୁଣି ଥରେ ପ୍ରମାଣିତ ହୋଇଛି ଯେ ରାଉରକେଲା ପୁଲିସି ରାତିରେ ଶୋଉଛି ଓ ପେଟ୍ରୋଲିଂ ହେଉନାହିଁ। ଫଳରେ କୋଟିଏ ଟଙ୍କାର ବସକୁ ନିଆଁ ଲଗାଇ ଜାଳିଦେବାରେ ସଫଳ ହୋଇଛନ୍ତି ଦୁର୍ବୁତ। ବାଲିଯୋଡି ଅଁଚଳରେ ରହୁଥିବା ଜଣେ ବସ ମାଲିକ ମଲ୍ଲିକ ବାବୁ ଯାହାଙ୍କର ୬ ଖଣ୍ଡ ବସ ରହିଛି ତାଙ୍କର ନୂଆ କରି ଆସିଥିବା ଦୁଇଟି ଅତ୍ୟାଧୁନିକ ବସ ମଧ୍ୟରୁ ଗୋଟିକୁ ପୁରା ଜାଳିଦେବା ସହ ଆଉ ଗୋଟିକୁ ଭଂଗାରୁଜା କରାଯାଇ ଅଧାପୋଡା ଅବସ୍ଥାରେ ଛାଡିଦେଇଛନ୍ତି। ଏହି ଖବର ରାତି ୨ଟାରେ ବସ ମାଲିକ ପାଇବା ପରେ ଜଲଦା ଫାଣ୍ଡିକୁ ଯାଇ କବାଟ ବାଡେଇ ପୁଲିସକୁ ଡାକିଥିଲେ ବି ନିଘୋଡ ନିଦ୍ରାରେ ଶୋଇଥିବା ପୁଲିସ ଅଧାଘଂଟା କାଳ ଉଠିନଥିଲା ବୋଲି ମାଲିକ ଅଭିଯୋଗ କରିଛନ୍ତି । ଏନେଇ ବସ ମାଲିକ ଶ୍ରୀ ମଲ୍ଲିକ ଟାଙ୍ଗରପାଲ୍ଲୀ ଥାନାରେ ଏତଲା ଦେଇଛନ୍ତି ।
ଖବରରୁ ଜଣାପଡିଛି ଯେ, ଏହି ବସ ମାଲିକଙ୍କର ନାମି ବସ ସଂସ୍ଥାରେ ୬ଟି ବସ ଥିଲା, ନିକଟରେ ପାଇଖାନା ସୁବିଧା ସହ ଅନ୍ୟାନ୍ୟ ସୁବିଧାକୁ ନେଇ ୨ଟି ଅତ୍ୟାଧୁନିକ ବସ ଆଣି ନିଜେ ରହୁଥିବା ବାଲି ଯୋଡି ଅଁଚଳରେ ଏକ ମନ୍ଦିର ନିକଟରେ ରଖିଥିଲେ। ଗତକାଲି ବସରେ ଲାଗିଥିବା ପାଇଖାନାର ସମସ୍ତ ପରୀକ୍ଷା ନିରୀକ୍ଷା କଂପାନୀ ପକ୍ଷରୁ କରାଜିବା ପରେ ରାତିରେ ବସ ଦୁଇଟି ବାଲିଯୋଡି ଅଁଚଳରେ ଠିଆ ହୋଇଥିଲା। ତେବେ ରାତି ପ୍ରାୟ ୨ଟାରେ ବସ ଟି ନିଆଁରେ ଜଳୁଥିବା ଖବର ମାଲିକ କାହାଠାରୁ ପାଇ ଫାଣ୍ଡିକୁ ଦଉଡିଥିଲେ, ହେଲେ ପୁଲିସ ଶୋଇଥିଲା ଉଠିଲାନି, ଫଳରେ କୌଣସି ସୁଫଳ ପାଇନଥିଲେ ବସ ମାଲିକ ମଲ୍ଲିକ ବାବୁ। ବସଟି ସମ୍ପୂର୍ଣ ଜଳି ଯାଇଥିଲା। ଅନ୍ୟ ବସଟିର କାଚ ଭଂଗା ଯାଇଥିବା ବେଳେ ଭିତରେ ଅନେକ ଜରି ପୁରାଯାଇଥିଲା ଯେଉଁଥିରେ ବସଟିକୁ ଜଳାଯାଇଥାନ୍ତା ବୋଲି ଅନୁମାନ କରାଜାଉଛି, ତେବେ ପ୍ରାୟ ୨ଘଂଟା କାଳ ଏହି ଅପରେସନ କରୁଥିବା ଅପରାଧୀ ମାନେ ଧରାପଡିଜିବା ଭୟରେ ଫେରାର ହୋଇଯାଇଥିବା ଖବର ମିଳିଛି । ବର୍ତମାନ ଏହି ଖବର ପ୍ରଚାରିତ ହେବା ପରେ ରାତିରେ ପୁଲିସର ଆଦୌ ପେଟ୍ରୋଲିଂ ହେଉନଥିବାରୁ ସହରରେ ଚୋରି ବଢିବା ସହ ଅପରାଧୀ ମାନେ ସହରକୁ ନିଜ କବଜାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟାଇବାକୁ ଡରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି । ବାରମ୍ବାର ଏଭଳି ଅଭିଯୋଗ ହୋଇଚାଲିଥିଲେ ବି ପୁଲିସ ମୁଖିଆ ମାନେ ସଚେତନ ହେଉନାହଁନ୍ତି। ଫଳରେ ରାଜ୍ୟ ଓ ରାଜ୍ୟ ବାହାର ଅପରାଧୀ ମାନେ ସକ୍ରୀୟ ହୋଇପଡିଛନ୍ତି । ଥାନା ଗୁଡିକ ରାତିରେ ତାଲା ପଡିନବା ସହ ବାବୁ ମାନେ କମ୍ବଳ ଘୋଡାଇ ହୋଇ ଥଣ୍ଡା ଗରମର ମଜା ନେଉଛନ୍ତି। ଲୋକଙ୍କର ଧନ ଜୀବନ ଅସୁରକ୍ଷିତ ହୋଇପଡିଛି ବୋଲି ଏହି ଘଟଣା ତା'ର ପ୍ରମାଣ ବୋଲି କୁହାଯାଉଛି।
ଏନେଇ ରଘୁନାଥପାଲ୍ଲୀ ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣାକୁ ସେ ଗୁରୁତ୍ଵର ସହ ନେଇଛନ୍ତି, ଏ ସଂପର୍କରେ ସେ ନିଜେ ଅନୁଧ୍ୟାନ କରିବା ସହ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇବେ, ତଦନ୍ତରେ ଯିଏ ଦୋଷୀ ବାହାରିବ ତା' ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି କରିିଛନ୍ତି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ