
ଭୁବନେଶ୍ୱର, 26 ଡିସେମ୍ବର (ହି.ସ) ରାଷ୍ଟ୍ରପତିଙ୍କ ଦ୍ୱାରା 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର'ରେ ସମ୍ମାନିତ ହୋଇଥିବା ସୁଶ୍ରୀ ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋସିଆଲ ମିଡିଆରେ ଲେଖିଛନ୍ତି,ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ଝିଅ ଜ୍ୟୋସ୍ନା ଶବରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଆଦିବାସୀ ବହୁଳ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ଆସି ଅନ୍ତର୍ଜାତୀୟ ଭାରୋତ୍ତୋଳନ କ୍ଷେତ୍ରରେ ଏସୀୟ ରେକର୍ଡ ସ୍ଥାପନ କରିବା ସହ ବିଶ୍ୱସ୍ତରରେ ପଦକ ଜିତି ସେ ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଛନ୍ତି।
ତାଙ୍କର ଏହି ଅସାଧାରଣ ସଫଳତା ଆମ ଯୁବପିଢ଼ିର ଦୃଢ଼ ସଂକଳ୍ପ ଓ ଅସୀମ ସାମର୍ଥ୍ୟର ପ୍ରତିଫଳନ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ନିରନ୍ତର ସଫଳତା କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ