ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକ ସମାରୋହ
କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜିଲ୍ଲାସ୍ତରୀୟ ଶତବାର୍ଷିକ ଉତ୍ସବ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଆରମ୍ଭ ହେବା ପୂର୍ବରୁ ପାର୍ଟିର ଲାଲପତାକାକୁ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଧ୍ୟ
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକ ସମାରୋହ


କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜିଲ୍ଲାସ୍ତରୀୟ ଶତବାର୍ଷିକ ଉତ୍ସବ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଆରମ୍ଭ ହେବା ପୂର୍ବରୁ ପାର୍ଟିର ଲାଲପତାକାକୁ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ଉତୋଳନ କରିଥିଲେ । ପରେ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଏକ ସଭାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ଦଳୀୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରି ରାଜ୍ୟ କମିଟି ସଭ୍ୟ ରମଣୀ ରଞ୍ଜନ ରାଉତରାୟ ଦେଶରେ ଏକ ଶ୍ରେଣୀ ହୀନ, ଶୋଷଣ ମୁକ୍ତ ଓ ସମାଜବାଦୀ, ସମାଜ ପ୍ରତିଷ୍ଠା ନିମନ୍ତେ ପାର୍ଟିର ଶହେ ବର୍ଷର ସାଲିସ୍‌ହୀନ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଥିଲେ ।

ଆୟୋଜିତ ଏହି ସମାରୋହରେ ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସଭ୍ୟ ସର୍ବସାଥି ରବିନ୍ଦ୍ର ପରିଡା, ସଂଜୟ ରାଉତ, ସୁହାନା ବେଗମ୍‌, ଅଭୟ ଦାସ, ନିରଞ୍ଜନ ଦାସ, ସତ୍ୟ ନାରାୟଣ ଜେନା, ପ୍ରଦୀପ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଡକ୍ଟର ଚୈତନ୍ୟ ଚରଣ ପରିଡା ରଣଧିର ଜେନା, କବି ନିରାକାର ଦାସ ବୈଷ୍ଣବ ସ୍ୱାଇଁ, ରାଜକିଶୋର ନାୟକ, ଧୀରେନ୍ ବେହେରା, ଶ୍ରୀ ନିବାସ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ସୁହାନା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande