
ଚମ୍ପୁଆ, ୨୬ ଡିସେମ୍ବର(ହି.ସ.) –ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାୟ ତିନିମାସର ଦରମା ପାଇ ନଥିବାରୁ ସଫେଇ ଓ ଆଟେନାଂଟ ଓ ହେଲ୍ପଡେକ୍ସ(ଆଉଟସୋର୍ସିଙ୍ଗ) କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଯାହାଫଳରେ ଡାକ୍ତରଖାନା ସଫେଇ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଚମ୍ପୁଆ ଡାକ୍ତରଖାନାରେ ସଫେଇ, ଆଟେନାଂଟ ଓ ହେଲ୍ପଡେକ୍ସ ନିୟୋଜିତ କରିଥିବା କ୍ୟାପିଟାଲ ଆଉଟସୋର୍ସିଙ୍ଗ ଏଜେନ୍ସୀ ଏଠାରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ଅଧିକ କର୍ମଚାରୀଙ୍କ ତିନି ମାସରୁ ଅଧିକ ହେବ ଦରମା ପାଇନଥିବାରୁ ଏହି କର୍ମଚାରୀ ମାନେ ଆଜି କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନରେ ସାମିଲ ହେଇଛନ୍ତି। ଏପରିକି ଏମାନଙ୍କ ଠାରୁ ଏଜେନ୍ସୀ କାର୍ଯ୍ୟ ବାବଦକୁ ଦରମା କାଟି ରଖିବାକୁ କହୁଥିବାରୁ କର୍ମଚାରୀ ଏହାକୁ ବିରୋଧ କରିବା ସହ ଏହାକୁ ନେଇ ତାଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଏମାନଙ୍କ କାର୍ଯ୍ୟବନ୍ଦ ଯୋଗୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଇଛି। ଡାକ୍ତର ଖାନାରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଡାକ୍ତରଖାନାକୁ ପାଣି ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେଇଥିବାରୁ ଡାକ୍ତର ଖାନାକୁ ପାଣି ଯୋଗାଣ ବନ୍ଦ ରହିଛି। ଏମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଇଥିବା ଦେଖାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta