
କେନ୍ଦୁଝର, 26 ଡିସେମ୍ବର (ହି.ସ.)
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନି ଦି ନି ଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସରକାରୀ ସୂଚନା ପ୍ରକାଶ ପାଇଛି । ଶୁକ୍ରବାର ସକାଳ ୧୦. ୫୦ ମିନିଟରେ ରାଇସୁଆଁ ଏୟାରଷ୍ଟ୍ରି ପରେ ପଳାସପଙ୍ଗାରେ ପହଂଚି ନୂତନ ଲ୍ୟାମ୍ପସର ଉଦଘାଟନ କରିବା ସହିତ ମୁରୁ ସୁଆଁ ଖେଳ ପଡିଆରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଯୋଗ ଦେବେ । ଶୁକ୍ରବାର ଅପରାହ୍ନ ୩. ୪୫ରେ ନେକେଡ୍ ଘରରେ ନି ର୍ମି ତ ହୋଇଥିବା ବିପ୍ଳବୀ ବୀର ଧରଣୀଧରଙ୍କ ପ୍ରତିମୂର୍ତି ଉନ୍ମୋଚନ କରିବେ ।ଏହାପରେ କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡର କାଶୀପୁର ନବୀକୃତ ପୁଷ୍କରିଣୀର ଉଦଘାଟନ କରିବା ସହ ଅପରାହ୍ନ ୫.୫୫ରେ ପ୍ରେମଲତିକା କଳା ଭବନ ସମ୍ମୁଖରେ ଅନୁଷ୍ଠିତ ଗାୟତ୍ରୀ ହାଯଜ୍ଞରେ ଯୋଗ ଦେଇ ସନ୍ଧ୍ୟା ୬. ୩୦ରେ କେନ୍ଦୁଝର ଷ୍ଟାଡିଅମରେ ଅନୁଷ୍ଠିତ ଗୋନାସିକା କେନ୍ଦୁଝର ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍କିଟ ହାଉସରେ ରାତ୍ରୀଯାପନ କରିବେ। ଶନିବାର ସକାଳ ୧୦. ୦୦ଟା ସମୟରେ କେନ୍ଦୁଝର ଡି ଏନ ହାଇସ୍କୁଲରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।ପୂର୍ବାହ୍ନ ୧୧. ୨୦ ମି ନିଟରେ ମୈଦାନକେଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବା ସହିତ ଅପରାହ୍ନ ୩. ୩୦ ମିନିଟରେ ଅଲଚିକି ଲିପିର ୧୦୦ତମ ପୂର୍ତି ଉତ୍ସବ ଯାହାକି ସି ଲି ସୁ ଆଁ ଠାରେ ଅନୁଷ୍ଠିତ ହେବ ସେଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଅପରାହ୍ନ ୫. ୪୫ରେ ପଦ୍ମପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ ସର୍କିଟ ହାଉସରେ ରାତ୍ରୀଯାପନ କରିବେ । ରବିବାର ସକାଳେ ତେଲକୋଇ ବ୍ଳକର ଶିରିଗିଡା ଯାଇ ସେଠାରେ ଏହାର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସିରିଗିଡାରୁ ଫେରି କେନ୍ଦୁଝର ବଣିଆପାଟସ୍ଥି ତ ସରସ୍ବତୀ ଶିଶୁ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଅପରାହ୍ନ ୩. ୩୦ରେ ଯୋଗ ଦେଇ ଅପରାହ୍ନ ୫. ୩୦ରେ ରାଜ୍ୟସ୍ତରୀୟ ପାଲା କଳାକାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରବିବାର ରାତିରେ ମଧ୍ଯ ସର୍କିଟ ହାଉସରେ ରାତ୍ରୀଯାପନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏହି ତିନିଦିନିଆ ଗସ୍ତକୁ ନେଇ ୨୫ତାରିଖ ଠାରୁ ୨୯ତାରିଖ ପର୍ଯ୍ୟନ୍ତ କୌଣସି ଖଣିଜ ପରିବହନ କାର୍ଯ୍ୟ ବା ପରିବହନ ହେବ ନାହିଁ ବୋଲି ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA