ସିପିଆଇର ଶତବାର୍ଷିକୀ ପାଳନ
ଜୟପୁର, ୨୬ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାର ଶତବାର୍ଷିକୀ ପାଳନ ସଭା ବୁଦ୍ରା ବଡନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶତବାର୍ଷିକୀ ପାଳନ ଆରମ୍ଭ ୨୦୨୪ ଡିସେମ୍ବର ୨୬ ରେ ଆରମ୍ଭ ହୋଇଥିଲା। ଆଜିର ସଭାରେ ପାର୍ଟି ର ଜିଲ୍ଲା ପରିଷଦ ସଭ୍ୟ ମାନେ ଦେଶ ଓ
ସିପିଆଇ ର ଶତବାର୍ଷିକୀ ପାଳନ


ଜୟପୁର, ୨୬ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାର ଶତବାର୍ଷିକୀ ପାଳନ ସଭା ବୁଦ୍ରା ବଡନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶତବାର୍ଷିକୀ ପାଳନ ଆରମ୍ଭ ୨୦୨୪ ଡିସେମ୍ବର ୨୬ ରେ ଆରମ୍ଭ ହୋଇଥିଲା। ଆଜିର ସଭାରେ ପାର୍ଟି ର ଜିଲ୍ଲା ପରିଷଦ ସଭ୍ୟ ମାନେ ଦେଶ ଓ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରାଜ୍ୟ ପରିଷଦ ସଭ୍ୟ ତଥା ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ପାର୍ଟି ସଭ୍ୟ ପଦ ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି। ବିଶେଷ କରି ଧାନର ଅଭାବୀ ବିକ୍ରି, ବେକାରୀ ସମସ୍ୟା ସମାଧାନ, ଦରଦାମ୍ ବୃଦ୍ଧି ଏବଂ ସର୍ବୋପରି ଦେଶର ସମ୍ବିଧାନ ଉପରେ ଆକ୍ରମଣ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି ସହ ଅଭିଯାନ ଜୋରଦାର କରିବାକୁ କହିଛନ୍ତି। ପୂର୍ବତନ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ ପାର୍ଟିର ଲାଲ ଝଣ୍ଡା ଉତୋଳନ କରିଥିଲେ ।

କମ୍ୟୁନିଷ୍ଟ ପାର୍ଟି ତାର ଜନ୍ମ ଲଗ୍ନରୁ ଜନ ଜୀବନ ର ସକଳ ସମସ୍ୟା ସମାଧାନ ଏବଂ ମଣିଷ ଉପରେ ମଣିଷ ର ଶୋଷଣ କୁ ବନ୍ଦ କରିବା ପାଇଁ ଲଢି ଆସିଛି। କୋରାପୁଟ ଜିଲ୍ଲା ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଯଥା ରେଳବାଇ ର ସଂପ୍ରସାରଣ, ମେଡିକାଲ କଲେଜ ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ କେବିକେ ଯୋଜନା ପ୍ରଣୟନ ଏବଂ ସେବା କାଗଜ କଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଐତିହାସିକ ଲଢେଇ କରିଛି। ଆଗକୁ ମଧ୍ୟ ଦେଶର ଧର୍ମନିରପେକ୍ଷ ନିତୀ ଓ ସମ୍ବିଧାନ ର ସୁରକ୍ଷା ତଥା ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ଜାରି ରଖିବ । ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ ବେହେରା,ଲୈଛନ ମୁଦୁଲି,ପବନ ମହୁରିଆ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ସେହିପରି ଦଶମନ୍ତପୁର ଜୋନ୍ ରେ ଜିଲ୍ଲା ର ଅନ୍ୟତମ ସହ ସମ୍ପାଦକ କୁମର ଜାନୀ ଙ୍କ ନେତୃତ୍ୱରେ ଶତବାର୍ଷିକୀ ପାଳନ ସଭା ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande